ସେଣ୍ଟ ଜାଭିୟର ହାଇସ୍କୁଲ ବିଜ୍ଞାନ ମେଳା

0

ସୁଆଣ୍ଡୋ: ପୁରୀଜିଲା ସାକ୍ଷୀଗୋପାଳ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଚକ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବିଜ୍ଞାନ ମେଳାରେ ଭୁବନେଶ୍ବର ମହୁରା ସାମନ୍ତରା ପୁର ଲକ୍ଷ୍ମୀସାଗର ଖୋର୍ଦ୍ଧା ଖେଲାର ନିମାପଡ଼ା ପିପିଲି ତିର୍ତୋଲ ଆନନ୍ଦପୁର ଆଦି ଅଞ୍ଚଳରୁ ଦୁଇ ଶହଟି କୋଡିଏ ଟି ପ୍ରକଳ୍ପ ସ୍ଥାନୀତ ହୋଇଥିଲା । ସମସ୍ତ ପ୍ରକାର ପ୍ରକଳ୍ପ ମଧ୍ୟରୁ ବିଚାରପତି ମାନଙ୍କ ଦ୍ୱାରା ଚବିଶଟି ମନୋନୀତ ହୋଇଛି । ଏଥିରେ ସଭାପତି ଡ ସୁବାସ ଚନ୍ଦ୍ର ମିଶ୍ର ଡ ସତ୍ୟନାରାୟଣ ସାହୁ ଡ ସନ୍ତୋଷକାମୀ ମଲ୍ଲିକ ଡ ବିଚିତ୍ରାନନ୍ଦ ନାୟକ ଡ ଫକିରମୋହନ ଧଳ ବିଚାରପତି ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ଅତିଥି ପରିଚୟ ଓ ସମ୍ପାଦକ ସ୍ୱାଗତ ଭାଷଣ ଦେଇଥିଲେ । ସତ୍ୟବାଦୀ ଦାଶ ସଂଯୋଜନା କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇ ଥିଲା ।

Leave A Reply