ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

0

କଟକ : ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ସହରର ବିଭିନ୍ନ ବିଦ୍ୟାଳୟର ୮୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ଡ.ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, କର୍ପୋରେଟର ଚିରଞ୍ଜୟ ସାହୁ, ପ୍ରଧାନଶିକ୍ଷକ ଲାଲା ପ୍ରଦୀପ୍ତ କୁମାର ରାୟ, ୟୁଆରସିସି ସରସ୍ବତୀ କାନୁନଗୋ, ଏବିଇଓ ପୁଷ୍ପାଞ୍ଜଳୀ କର, ଅଜୟ ସାହୁ, ଅନନ୍ତ ଚରଣ ଦେହୁରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୀପାଲି ପୋଦାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସିଆରସିସି ଭାରତୀ ପଦ୍ମଜା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply