ନିଶାଗ୍ରସ୍ତ ଶିକ୍ଷକଙ୍କୁ ପଟିଲେ ଛାତ୍ରଛାତ୍ରୀ

0

ଜଗଦଲପୁର : ଛତିଶଗଡର ଜଗଦଲପୁର ଟୁକାରୁପାରା ବିଦ୍ୟାଳୟରେ ଏକ ଅଜବ ଘଟଣା ଘଟିଛି। ବିଦ୍ୟାଳୟର ଶିକ୍ଷକ ନିଶାଗ୍ରସ୍ତ ହୋଇ ସ୍କୁଲକୁ ଆସିଥିବାରୁ ଛାତ୍ରଛାତ୍ରୀମାନେ ତାଙ୍କୁ ନିର୍ଧୁମ ପିଟିଥିଲେ। ସୂଚନା ଅନୁସାରେ ଶିକ୍ଷକ ଖେମାସିଂହ କମ୍ବର ସବୁଦିନ ପରି ଗୁରୁବାର ମଧ୍ୟ ସ୍କୁଲକୁ ମଦ ପିଇ ସ୍କୁଲ ଆସିଥିଲେ ଏବଂ ଶ୍ରେଣୀଗୃହରେ ଶୋଇ ପଡିଥିଲେ। ଏହି ସମୟରେ ଛାତ୍ରଛାତ୍ରୀ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଏତେ ନିଶାଗ୍ରସ୍ତ ଥିଲେ ଯେ ଆଦୌ ଉଠିନଥିଲେ।
ସୂଚନା ଅନୁସାରେ ଏହି ଅଞ୍ଚଳରେ କୌଣସି ଶିକ୍ଷା ଅଧିକାରୀ ସ୍କୁଲକୁ ଯାଞ୍ଚ ପାଇଁ ଆସନ୍ତି ନାହିଁ। କିନ୍ତୁ ଗୁରୁବାର ବିଦ୍ୟାଳୟର କୋଡିନେଟର ସତ୍ୟନାରାୟଣ ସୋନୱାନୀ ବିଦ୍ୟାଳୟ ପରିଦର୍ଶନରେ ପହଞ୍ଚିଥିଲେ। ଶିକ୍ଷକଙ୍କୁ ଉଚିତ ଶିକ୍ଷା ଦେବାକୁ ସେ ପିଲାମାନଙ୍କ ହାତରେ ବାଡି ଧରାଇ ମାଡ ମାରିବାକୁ କହିଥିଲେ। ତେବେ ଏହି ମାମଲାର ତଦନ୍ତ ଦାୟିତ୍ୱ ଦରଭା ତସିଲଦାର ମନହରଣ ରାଠିଆଙ୍କୁ ଦିଆଯାଇଛି।

Leave A Reply