ସ୍କୁଲ ଅଟୋ ଓଲଟି ୫ ଆହତ

0

ସମ୍ବଲପୁର: ସମ୍ବଲପୁର ଜିଲା ସରଳା ଛକ ନିକଟରେ ସ୍କୁଲ ଅଟୋ ଓଲଟି ୫ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ ସମସ୍ତ ଛାତ୍ରଛାତ୍ରୀ ସେଣ୍ଟ ଜୋନ୍ସ ବିଦ୍ୟାଳୟର ଅଟନ୍ତି। ଆହତ ଛାତ୍ରଛାତ୍ରୀମାନେ ହେଲେ ସୋଭନ ଗଖୁରା (ଚତୁର୍ଥ ଶ୍ରେଣୀ), ନମିତା କେରକେଟା (ପଞ୍ଚମ ଶ୍ରେଣୀ), ପ୍ରିୟଦର୍ଶିନୀ ପରିଡା (ଚତୁର୍ଥ ଶ୍ରେଣୀ), ପ୍ରତ୍ୟୁଷ ପ୍ରାସୁନ (ପ୍ରଥମ ଶ୍ରେଣୀ), ହନସିକା ପି ଭୋଇ (ପ୍ରଥମ ଶ୍ରେଣୀ)। ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶୋଭନଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସଦର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଅଟୋଟି ସ୍କୁଲ ଛୁଟି ପରେ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ସମୟରେ ସରଲା ଛକ ନିକଟରେ ଓଲଟି ପଡିଥିଲା। ବିପରୀତ ଦିଗରୁ ଆସୁଥିବା ଏକ ଆକ୍ଟିଭା ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ହୋଇଥିବାର ଜଣା ପଡିଛି।

Leave A Reply