ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନଭେମ୍ବର ୧୭ରେ ପ୍ରତି ଜିଲ୍ଲାରେ ପେନସନ୍ ଅଦାଲତ

ଭୁବନେଶ୍ବର: ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ପ୍ରତି ଜିଲ୍ଲାରେ ବକେୟା ପେନସନ ମାମଲାର ଆଶୁ ଫଏସଲା କରିବା ପାଇଁ ପ୍ରତି ଜିଲ୍ଲାରେ ପେନସନ୍ ଅଦାଲତ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ଚଳିତ ନଭେମ୍ବର ୧୭ ତାରିଖରେ ଏହି ପେନସନ୍ ଅଦାଲତ ଅନୁଷ୍ଠିତ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଚିତ୍ରା ଅରୁମୁଗମ୍ ଏକ ପତ୍ର ଲେଖି ଜଣାଇଛନ୍ତି। ଏହି ପେନସନ୍ ଅଦାଲତ ହେବାଦ୍ବରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ବକେୟା ପେନସନ୍ ମାମଲାର ଶିଘ୍ର ଫଏସଲା ହୋଇପାରିବ।

Comments are closed.