ସ୍କୁଲ ବାରଣ୍ଡା ଛାତରୁ ଖସିଲା ସ୍ଲାବ

0

ଖୁଣ୍ଟା: ଖୁଣ୍ଟା ହାଇସ୍କୁଲ ବାରଣ୍ଡା ଛାତରୁ ସିମେଣ୍ଟ ସ୍ଲାବ ଖସି ପଡିଥିବା ଅଭିଯୋଗ ହୋଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଏହି ଘଟଣା ପରେ ଶ୍ରେଣୀଗୃହରେ ସୁରକ୍ଷା ଦାବି କରି ଶତାଧିକ ଛାତ୍ରଛାତ୍ରୀ ରାସ୍ତାରେ ବସିଛନ୍ତି । ଘଟଣାସ୍ଥଳରେ ଗୋପବନ୍ଧୁ ନଗରର ବିଡିଓ ଓ ଖୁଣ୍ଟା ଥାନା ଅଧିକାରୀ ପହଞ୍ଚି ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ସହ ବିଡ଼ିଓ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ। ସୁରକ୍ଷିତ ଶ୍ରେଣୀ ଗୃହ ପାଇଁ ଛାତ୍ରଛାତ୍ରୀମାନେ ଭିଡିଓଙ୍କ ନିକଟରେ ଦାବି ଜଣାଇଥିଲେ। ଦାବି ପୂରଣ ହେବା ନେଇ ଭିଡିଓଙ୍କ ଠାରୁ ପ୍ରତିଶ୍ରୁତି ମିଳିଲା ପରେ ଛାତ୍ରଛାତ୍ରୀମାନେ ରାସ୍ତାରୋକରୁ ହଟିଥିଲେ। ପରେ ଖୁଣ୍ଟା ବଜାର ରାସ୍ତାରେ ଚଳାଚଳ ସ୍ବାଭାବିକ ହୋଇଥିଲେ। ବିଦ୍ୟାଳୟ ସମସ୍ୟାକୁ ନେଇ ଆଜି ଅପରାହ୍ନରେ ଗୋପବନ୍ଧୁ ନଗର ବ୍ଳକ୍ କାର୍ଯ୍ୟାଳୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ବିଡ଼ିଓ ଏକ ବୈଠକ ଡକାଇଛନ୍ତି।

 

Leave A Reply