ପାଠପଢ଼ା ସମୟରେ ସ୍କୁଲ ବାହାରକୁ ଯିବେ ନାହିଁଁ ଛାତ୍ରଛାତ୍ରୀ

0

ଭୁବନେଶ୍ୱର : ପାଠପଢ଼ା ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବାହାରକୁ ଯାଇ ପାରିବେ ନାହିଁ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ଜାତୀୟ ମାନବାଧିକାର କମିଶନଙ୍କ ସୁପାରିସ ଅନୁସାରେ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ବିଭାଗୀୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ବଲାଙ୍ଗିର ଜିଲାର ଜଣେ ଛାତ୍ର ପାଠପଢ଼ା ସମୟରେ ବିଦ୍ୟାଳୟ ବାହାରକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ। ଏହାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ସୁଧାଂଶୁ କୁମାର ନନ୍ଦ ଏକ ମାମଲା ରୁଜୁ କରିଥିଲେ। ଏହାର ବିଚାର କରି ଉପରୋକ୍ତ ସୁପାରିସ କରାଯାଇଥିଲା। କମିଶନଙ୍କ ଆାଦେଶ କାର୍ଯ୍ୟକାରୀ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ସମସ୍ତ ନିର୍ଦେଶକ, ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।

Leave A Reply