ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ‘ ପାଇଁ ଛୁଟି ଘୋଷଣା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ବୁଲବୁଲ ପାଇଁ ପୁରୀ ଓ ଜଗତସିଂପୁର ଏବଂ କେନ୍ଦ୍ରାପଡା ଜିଲାରେ ଛୁଟି ଘୋଷଣା କରାଯାଇଛି। ଏହି ତିନି ଜିଲାରେ ସମସ୍ତ ସ୍କୁଲକୁ ଏବଂ ଅଙ୍ଗନବାଡି କେନ୍ଦ୍ରକୁ  ୮ ଏବଂ ୯ ତାରିଖ ପାଇଁ ଛୁଟି ଘୋଷଣା କରିଛନ୍ତି ତିନି ଜିଲାର ଜିଲା ପ୍ରଶାସନ । କେନ୍ଦ୍ରାପଡାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି ଜିଲାପାଳ। ସମ୍ଭାବ୍ୟ ବାତ୍ୟା ବୁଲବୁଲ ଦିଗ ପରିବର୍ତ୍ତନ କରିଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତି ଜିଲାମାନଙ୍କରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଯାହା ଫଳରେ ସ୍କୁଲ ଏବଂ ଅଙ୍ଗନବାଡିକେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।

Comments are closed.