ବଦଳିବେ ଏସ୍‌ସିବି ମୂତ୍ରାଶୟ ବିଭାଗ ମୁଖ୍ୟ

0

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ଶରଣ ଏବଂ ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୦ ଦିନ ଭିତରେ ଏସ୍‍ସିବି ମେଡିକାଲ କଲେଜ ଓ ହସ୍‍ପିଟାଲ ମୂତ୍ରାଶୟ ବିଭାଗର ନୂତନ ମୁଖ୍ୟ ନିଯୁକ୍ତି ଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏ ସଂପର୍କିତ ଆଗତ ଏକ ମାମଲାରେ ପୂର୍ବରୁ ଆବେଦନକାରୀମାନେ ଆଶଙ୍କାବ୍ୟକ୍ତ କରି କୋର୍ଟଙ୍କୁ ଦର୍ଶାଇଥିଲେ ଯେ ଅଭିଯୋଗଗୁଡ଼ିକ ଦୃଷ୍ଟିରୁ ଡାକ୍ତର ଦତ୍ତେଶ୍ୱର ହୋତା ବିଭାଗୀୟ ମୁଖ୍ୟ ଦାୟିତ୍ୱରେ ରହିବା କିମ୍ବା ପରୀକ୍ଷା ଦାୟିତ୍ୱ ନେବା ସମୀଚୀନ ନୁହେଁ। ମାମଲାର ଶୁଣାଣି ବେଳେ ଡାକ୍ତର ହୋତା ବିଭାଗୀୟ ମୁଖ୍ୟ ଦାୟିତ୍ୱରୁ ସ୍ୱତଃପ୍ରବୃତ୍ତ ଭାବରେ ଓହରିଯିବା ସଂଗେ ସଂଗେ ପରୀକ୍ଷା ଦାୟିତ୍ୱରୁ ଦୂରେଇ ରହିବା ପାଇଁ ହାଇକୋର୍ଟଙ୍କୁ ଜଣାଇଥିଲେ। ଡାକ୍ତର ହୋତାଙ୍କ ଏହି ନିବେଦନ ପରେ ମାନ୍ୟବର ଖଣ୍ଡପୀଠ ବିଭାଗୀୟ ମୁଖ୍ୟ ଓ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଅନ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇ ଅଭିଯୋଗକାରୀଙ୍କ ଆଶଙ୍କା ଦୂର କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

Leave A Reply