ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୫-ଟି ବୈଠକ: ସ୍ବତନ୍ତ୍ର କାର୍ଯ୍ୟଖସଡ଼ା ରିପୋର୍ଟ ଲୋଡିଲେ ସଚିବ

ଭୁବନେଶ୍ୱର :ରାଜ୍ୟରେ ଏକ ସ୍ବଚ୍ଛ ଓ ଉତ୍ତରଦାୟୀ ଶାସନ ଯେଭଳି ଲୋକେ ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତପାଳି ସରକାର ଗ୍ରହଣ ବେଳେ ଗୁରୁତ୍ବ ଦେଇଛନ୍ତି। ଏହାକୁ ନେଇ ୫-ଟି ତତ୍ତ୍ବ ଆଧାରରେ ବିଭାଗଗୁଡିକ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ କିଭଳି ଲୋକଙ୍କ ପାଖରେ ଠିକଣା ଭାବେ ପହଞ୍ଚିବ ଏବଂ ଲୋକେ ଏନେଇ ସରକାରଙ୍କୁ ସଫଳତାର ବାର୍ତ୍ତା ସ୍ବତଃ ବାଣ୍ଟିବେ ସେନେଇ ବିଭାଗ ଗୁରୁତ୍ବ ଦେଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଛୁଟିଦିନରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ରଞ୍ଜନ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଶ୍ରୀମତୀ ଚୋପ୍ରା ବିଭାଗୀୟ ଅଧିକାରୀଙ୍କୁ ସରକାରଙ୍କ ଯୋଜନାଗୁଡିକୁ ଆଗାମୀ ଦିନରେ ଲୋକଙ୍କ ହାତପାଆନ୍ତାରେ ପହଞ୍ଚାଇବା ଏବଂ ଏଥିରେ ସ୍ବଚ୍ଛତା ରଖିବା ସହିତ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ କରିବା ସହିତ ପ୍ରତିଯୋଗିତା ମୂଳକ ପରୀକ୍ଷା ଲାଗି କୋଚିଂ ବ୍ୟବସ୍ଥା, କୌଶଳ ବିକାଶ ଓ ଜୀବନଜୀବିକା ଲାଗି ନୂତନ କୌଶଳ ବ୍ୟବହାର କରିବାକୁ ଆଲୋଚନା ହୋଇଛି। ବିଭାଗୀୟ ଅଧିକାରୀମାନେ ଏନେଇ ସ୍ବତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ଶ୍ରୀମତୀ ଚୋପ୍ରା କହିଛନ୍ତି। ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସହ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.