ସ୍ବାଧୀନ ବିଧାୟକଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ପ୍ରସଙ୍ଗରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ବିଦ୍ରୋହୀ ବିଧାୟକମାନେ ମେଣ୍ଟ ସରକାରରୁ ଇସ୍ତଫା ଦେବା ପରେ ସରକାର ସଂଖ୍ୟାଲଘୁ ହୋଇପଡ଼ିଛି। ତେଣୁ ତୁରନ୍ତ ଆସ୍ଥା ଭୋଟ କରିବା  ଲାଗି ବାଚସ୍ପତିଙ୍କୁ ନିର୍ଦେଶ ଦେବା ଲାଗି ୨ ସ୍ବାଧୀନ ବିଧାୟକ ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିଥିଲେ। ସୁପ୍ରିମକୋର୍ଟ ଏହି ପିଟିଶନର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଏଥିସହିତ ବାଚସ୍ପତିଙ୍କୁ ଫ୍ଲୋର ଟେଷ୍ଟ ପାଇଁ ନିର୍ଦେଶ ଦେବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି।

Comments are closed.