ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ : ୫ ପର୍ଯ୍ୟନ୍ତ ସ୍କୁଲ ଛୁଟି

ନୂଆଦିଲ୍ଲୀ :  ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁର ମାନ ଦିନକୁ ଦିନ ଅତ୍ୟନ୍ତ ଖରାପ ହୋଇପଡ଼ୁଥିବାରୁ ଦିଲ୍ଲୀ ସରକାର ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‍ କହିଛନ୍ତି, ଫସଲ ଅବସଶେଷ ଜଳାଯିବା ଯୋଗୁଁ  ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣର ସ୍ତର ଅନେକଗୁଣା ବୃଦ୍ଧି ପାଇଛି ଓ ସେ ଦୃଷ୍ଟିରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏକ ପ୍ୟାନେଲ୍‍ ସମଗ୍ର ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳକୁ ସର୍ବସାଧାରଣ ସ୍ୱାସ୍ଥ୍ୟ ପାଇଁ ବିପଦ ସଂକୁଳ ଘୋଷଣା କରିବା ସହ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ ଜାରି କରିଛନ୍ତି। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଭୁରେଲାଲ୍‍ ଉତ୍ତରପ୍ରଦେଶ, ହରିଆଣା ଏବଂ ଦିଲ୍ଲୀର ମୁଖ୍ୟ ଶାସନ
ସଚିବଙ୍କୁ ପତ୍ର ଲେଖି କହିଛନ୍ତି ଦିଲ୍ଲୀ ଓ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷଣର ସ୍ତର ବିପଦ ସଂକୁଳ ରହିଛି । ସେ କହିଛନ୍ତି, ଏହାକୁ ସର୍ବସାଧାରଣ ଜରୁରିକାଳୀନ ପରିସ୍ଥିତି ଭାବରେ ବିବେଚନା କରିବା ଉଚିତ୍‍ ଯାହାକି ଶିଶୁମାନଙ୍କ ସମେତ ସମସ୍ତଙ୍କ ଉପରେ କୁପ୍ରଭାବ ପକାଉଛି।

Comments are closed.