ତିନି ତଲାକ ଆଇନର ‌ବୈଧତା ନେଇ ସମୀକ୍ଷା କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ତିନି ତଲାକ ଆଇନର ‌ବୈଧତା ସଂପର୍କରେ ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ନୂତନ ଭାବେ ଲାଗୁ ହୋଇଥିବା ତିନି ତଲାକ ଆଇନରେ ମହିଳା ମାନଙ୍କୁ ତତ୍କାଳ ଛାଡପତ୍ର ପ୍ରଦାନ ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ତେବେ ଏ ସଂପର୍କରେ ଦାଖଲ ଏକ ଆବେଦନର ଶୁଣାଣି କରି ଏହି ଆଇନର ସମୀକ୍ଷା କରିବାକୁ ଅଦାଲତ ସହମତ ହୋଇଛନ୍ତି। ତିନି ତଲାକ ଆଇନ ଲାଗୁ କରିବାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରି ଅଦାଲତ ସରକାରଙ୍କ ମତାମତ ଲୋଡିଛନ୍ତି।

ମୁସଲମାନ ମହିଳା(ବିବାହ ସୁରକ୍ଷା​‌ ଅଧିକାର) ଆଇନ ୨୦୧୯ରେ ଥିବା ବ୍ୟବସ୍ଥା ସାମ୍ବିଧାନିକ ବ୍ୟବସ୍ଥାକୁ ଉଲଂଘନ କରୁଛି ବୋଲି ଦର୍ଶାଇ ବରିଷ୍ଠ ଆଇନଜୀବୀ ସଲମାନ ଖୁର୍ସିଦ କରିଥିବା ଆବେଦନର ଶୁଣାଣି କରି  ବିଚାରପତି ଏନ.ଭି ରମନ୍ନା ଏବଂ ଅଜୟ ରସ୍ତୋଗୀ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏନେଇ ନିଜର ପ୍ରତିକ୍ରିୟା ଜଣାଇବାକୁ କହିଛନ୍ତି।

Comments are closed.