ଏସବିଆଇ ୱେଲ୍‍ଥ ହବ୍‍

0

ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‍ବିଆଇ) ଅଧ୍ୟକ୍ଷ ରଜନୀଶ କୁମାର ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ଏସବିଆଇ ୱେଲଥ ହବ୍‍ର ଶୁଭାରମ୍ଭ କରାଇଛନ୍ତି।
ଏଥିରେ ସେ ଗ୍ରାହକଙ୍କ ପାଇଁ ଉଦିଷ୍ଟ କିଛି ନୂଆ ଯୋଜନା ଉପରେ ଆଲୋକପାତ କରିଥିଲେ। ସେ କହିଲେ ଏସ୍‍ଏଲବିସିର ଚଳିତବର୍ଷ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ଆମେ ପାଳନ କରିବୁ। ମୁଦ୍ରା ଋଣ, ଏସଏମଇ ଋଣ, କୃଷି ଋଣ,ଫାର୍ମା ମେକାନାଇଜେସନ୍‍ ଓ ଅନ୍ୟାନ୍ୟ ଋଣ ଦେବାରେ ବ୍ୟାଙ୍କ ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି। ଗ୍ରାହକମାନଙ୍କ ଏଟିଏମ୍‍ର ବହୁଳ ଉପଯୋଗିତାର ଆବଶ୍ୟକତାକୁ ବ୍ୟାଙ୍କ ପୁରାପୁରି ଭାବେ ପୂରଣ କରିବାରେ ସମର୍ଥ ହୋଇପାରିଛି। ଏହି ହବ ଦ୍ୱାରା ବ୍ୟାଙ୍କର ରିଲେସନ୍‍ସିପ ମ୍ୟାନେଜରଙ୍କ ଏକ ଟିମ୍‍ ଏଚଏନଆଇ ଗ୍ରାହକଙ୍କ ଆବଶ୍ୟକତା ମେଣ୍ଟାଇବାକୁ ପ୍ରୟାସ କରିବ। ଏହି ଅବସରରେ ବ୍ୟାଙ୍କ ମଣ୍ଡଳ ଅଧିକାରୀ ଏସ୍‍ ଟି ଲାମା ସ୍ୱାଗତ ଭାଷଣ ଦେଇ ସାମ୍ବାଦିକଙ୍କୁ ସ୍ୱାଗତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରବୀଣା କାଲା, ଗିରିଧର କିନ୍ନୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply