ୟୁଏଇ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ୟୁଏଇ: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ତଥା ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇକୁ ତିନିଦିନ ଗସ୍ତରେ ଯାଇ ରବିବାର ରାତିରେ ଦୁବାଇରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ସେ ଅଷ୍ଟମ ଏସୀୟ ମନ୍ତ୍ରିସ୍ତରୀୟ ଶକ୍ତି ଗୋଲ୍‍ଟେବୁଲ୍‍ ବୈଠକରେ ଯୋଗଦେବେ। ମଙ୍ଗଳବାର ଆବୁଧାବିରେ ଏହି ବୈଠକ ବସୁଛି। ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ସହ ସଂପର୍କକୁ ଆହୁରି ଅଧିକ ସୁଦୃଢ଼ କରିବାର ଉଦ୍ୟମ ସ୍ୱରୂପ ପ୍ରଧାନ ଓ ଏକ ସରକାରୀ ଓ ବ୍ୟବସାୟୀକ ପ୍ରତିନିଧି ଦଳ ସାଉଦି ଆରବ, ୟୁଏଇ ଏବଂ କତ୍ତାରକୁ ୬ ଦିନିଆ ଗସ୍ତରେ ଯାଇଛନ୍ତି।

ସେହି ଦେଶଗୁଡ଼ିକ ସହିତ ତୈଳ ଓ ଗ୍ୟାସ୍‍ ଏବଂ ଇସ୍ପାତ କ୍ଷେତ୍ର ଉପରେ କଥାବାର୍ତ୍ତା କରାଯିବ। ସୋମବାରରୁ ଆବୁଧାବୀରେ ଆରମ୍ଭ ହେଉଥିବା ୨୪ତମ ବିଶ୍ୱ ଶକ୍ତି କଂଗ୍ରେସ ସମୟରେ ଅଷ୍ଟମ ଏସୀୟ ମନ୍ତ୍ରିସ୍ତରୀୟ ଶକ୍ତି ଗୋଲ୍‍ ଟେବୁଲ୍‍ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି।

Leave A Reply