ସତ୍ୟବାଦୀରେ ପଦଯାତ୍ରା

0

ସତ୍ୟବାଦୀ : ସମାଜର ଶତବାର୍ଷିକ ସମାରୋହ ପାଳନ ଅବସରରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ବିଶେଷ କରି ପୁରୀ ଜିଲା ସ୍ଥିତ ଗୋପବନ୍ଧୁଙ୍କ ଜନ୍ମଭୂମି ଓ କର୍ମଭୂମି ସତ୍ୟବାଦୀରେ ଏକ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଛି।

ସର୍ବପ୍ରଥମେ ଗୋପବନ୍ଧୁଙ୍କ ସମାଧିପୀଠ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ସତ୍ୟବାଦୀ ବନବିଦ୍ୟାଳୟରେ ପହଞ୍ଚିଥିଲା।

ତା’ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସ୍ଥାନ ଅଭିମୁଖେ ବାହାରିଥିଲା। ସେଠାରୁ ପୁନଃ ସମାଜର ପ୍ରଥମ ମୁଦ୍ରଣ ହୋଇଥିବା ସ୍ଥାନରେ ପହଞ୍ଚିଥିଲା। ସେଠାରୁ ବସ୍‍ ଷ୍ଟାଣ୍ଡ୍‍ ଓ ପଞ୍ଚସଖା ପ୍ରତିମୂର୍ତ୍ତି ନିକଟରେ ଏହି ପଦଯାତ୍ରା ପହଞ୍ଚିଥିଲା।

ଶେଷରେ ତାଙ୍କ କର୍ମକ୍ଷେତ୍ର କାଦୁଆ ଆଶ୍ରମ ଠାରେ ପଦଯାତ୍ରା ସମାପ୍ତ ହୋଇଥିଲା।

Leave A Reply