ଶନିବାର ରାଶିଫଳ

ମେଷ: ପ୍ରତ୍ୟେକ କାର୍ଯ୍ୟ ପାଇଁ ପରାମର୍ଶ ନେବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଉଦ୍ୟମ ଚଳାଇ‌େ‌ବ। ଭାଇମାନଙ୍କୁ ସ୍ନେହ ଶ୍ରଦ୍ଧାରେ ବାନ୍ଧି ରଖିପାରନ୍ତି। ସୁସ୍ଥ ରହିବେ। ଶତ୍ରୁଦମନ କରି ଆଶ୍ୱସ୍ତ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

ବୃଷ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ; ମାତ୍ର ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଚଞ୍ଚଳ ଚେଷ୍ଟିତ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧର୍ମପରାୟଣ ଓ ତେଜସ୍ୱୀ ହେବେ।

ମିଥୁନ: ପାରିବାରିକ ସ୍ତରରେ ଉନ୍ନତି ଘଟିବ। କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ। ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହେବେ। ବୁଦ୍ଧିମାନ୍‍ ହେବେ।

କର୍କଟ: ଆକସ୍ମିକ ବିପଦରୁ ଉଧୁରି ଯିବେ। ମନ ପ୍ରସନ୍ନ ରହିବ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ, ବିଦ୍ୱାନ୍‍ ହେବେ।

ସିଂହ: ଆର୍ଥିକ କ୍ଷେତ୍ରରେ ସମୃଦ୍ଧିର ସୂଚନା ମିଳୁଛି। ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିପାରେ। ଭିନ୍ନ ଭିନ୍ନ ଦିଗରୁ ଧନାଗମ ହେବ। ବ୍ୟବସାୟ ଲାଭଜନକ ହେବ।

କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉପାର୍ଜନ ଅଧିକ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଐଶ୍ୱର୍ୟ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ। ମୋକଦ୍ଦମା ଖର୍ଚ୍ଚ ମିଳିବ। ଲୋକପ୍ରିୟ ହୋଇପାରନ୍ତି।

ତୁଳା: ପୂରାଦମ୍‍ରେ ଚାଲୁ ରହିଥିବା କାର୍ଯ୍ୟ ହଠାତ୍‍ ଅଟକି ଯାଇପାରେ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ମଧୁରଭାଷୀ ହେବେ। କାର୍ଯ୍ୟରେ ଆଗକୁ ବଢ଼ିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

ବିଛା: ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ସ୍ୱଳ୍ପ ଆୟ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ସନ୍ତାନ ଗୁଣୀ ହୋଇପାରନ୍ତି।

ଧନୁ: ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ଉଜ୍ଜ୍ୱଳ କରିବାକୁ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ଯଶସ୍ୱୀ ହେବେ। ପରିବାର ପ୍ରତି ସଦିଚ୍ଛା ରହିବ।

ମକର: ବନ୍ଧୁ ମହଲରେ ରହି ଅପାର ଆନନ୍ଦ ପାଇବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତୀର୍ଥ ଯାତ୍ରା ସୁଯୋଗ ମିଳିବ।

କୁମ୍ଭ: କାର୍ଯ୍ୟ ସିଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଶିଡ଼ି ଚଢ଼ିବା ମନା।

ମୀନ: ଅଭାବ ଦୂରେଇ ଯିବ। ମିତ୍ର ଲାଭ ହେବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ। ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ ପରାମର୍ଶ ହିତକର ହେବ।

Comments are closed.