ଶନିବାର ରାଶିଫଳ

ମେଷ: ଲୋଭଗ୍ରସ୍ତ ହେଲେ ହଇରାଣରେ ପଡ଼ିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।
ବୃଷ: ଏକ ନୂଆ କାର୍ଯ୍ୟ ପାଇଁ ଆଗ୍ରହୀ ହେବେ। ପରମ ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମର ସୂଚନା ମିଳୁଛି। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ମିଳିବ।
ମିଥୁନ: ଋଣମୁକ୍ତ ହୋଇ ଶାନ୍ତି ଲାଭ କରିବେ। ପରିଶ୍ରମର ମୂଲ୍ୟ ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ। ଧନ-ଲାଭର ସୂଚନା ମିଳୁଛି। ବିଦ୍ୱାନ୍‍ ଓ ଶାସ୍ତ୍ରଜ୍ଞ ହେବେ।
କର୍କଟ: ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସେଥିରେ ସଫଳତା ମିଳିବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଥଣ୍ଡା-କଫଜନିତ ସମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ମଧୁରଭାଷୀ ଭାବେ ଶତ୍ରୁକୁ ବଶ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ।
ସିଂହ: ଆୟ ବୃଦ୍ଧିର ସୂଚନା ମିଳୁଛି। ଚଞ୍ଚଳ ଚେଷ୍ଟିତ ହେବେ। ସୁଖ-ସମ୍ମାନ ଲାଭ କରିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭ ହେବ।
କନ୍ୟା: ନିର୍ମାଣ କାର୍ଯ୍ୟର ଅଗ୍ରଗତି ଘଟିପାରେ। ପରିଶ୍ରମର ମୂଲ୍ୟାଙ୍କନ ହେବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।
ତୁଳା: ବିଭିନ୍ନ ସ୍ତରରୁ ସହଯୋଗ ପାଇପାରନ୍ତି। ସେବା ମନୋଭାବର ହେବେ। ପୂଜାର୍ଚ୍ଚନାରେ ନିମଜିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିବେ। ସୁଖ ସମୃଦ୍ଧି ଅନୁଭବ କରିବେ। ସମ୍ପତ୍ତିବାନ୍‍ ହେବେ।
ବିଛା: ଉଦ୍ୟମରେ ସଫଳତା ମିଳିବ। ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଥଣ୍ଡା-ସର୍ଦିରେ ଆକ୍ରାନ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ ଜଳଯାତ୍ରା ନିଷେଧ।
ଧନୁ: ସୁଖ-ସନ୍ତୋଷ ମିଳିବ। ବନ୍ଧୁମାନଙ୍କ ସହଯୋଗ ପାଇ କୃତକୃତ୍ୟ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭ ଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିଲେ ସଫଳତା ମିଳିବ।
ମକର: କାର୍ଯ୍ୟରେ ଅଶାନ୍ତି ଉପୁଜିଲେ ବି ଲାଭବାନ୍‍ ହୋଇପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ବୃଦ୍ଧି ହେବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଚାକିରିରେ ସୁନାମ ମିଳିବ।
କୁମ୍ଭ: ଆଇନ୍‍କାନୁନ ନିୟନ୍ତ୍ରଣରେ ରହିବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବିଭିନ୍ନ ସ୍ତରରୁ ଆର୍ଥିକ ସ୍ରୋତର ଧାରା ଲମ୍ବି ଆସିପାରେ।
ମୀନ: ନୂତନ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ବାଦ-ବିବାଦରେ ବିଜୟୀ ହେବେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ।

Comments are closed.