ଶନିବାର ରାଶିଫଳ

0

ମେଷ: ମନରେ ଭକ୍ତିଭାବ ଉଦ୍ରେକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
ବୃଷ: ସବୁ ବାଧା-ବିଘ୍ନ ଏଡ଼ାଇ ଉନ୍ନତି ପଥେ ଆଗକୁ ବଢ଼ିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ବିତାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ ଓ ସାହସୀ ହେବେ।
ମିଥୁନ: ବିପଦରୁ ଉଧୁରି ଯିବେ। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଈର୍ଷା ପରାୟଣ ହେବେ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
କର୍କଟ: ବନ୍ଧୁମାନଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦ ଅନୁଭବ କରିବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବା ଆଶାକରାଯାଏ। ପତ୍ନୀଙ୍କ ପରାମର୍ଶରେ ଚଳିଲେ ଉପକୃତ ହେବେ।
ସିଂହ: କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ନିପାତ କରି ମାନସିକ ଶାନ୍ତି ଫେରି ପାଇବେ।
କନ୍ୟା: ସଞ୍ଚୟାଭିମୁଖୀ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଯନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ।
ତୁଳା: ନିଜର ଅଧିକାର ସାବ୍ୟସ୍ତ କରିବେ। ଲାଗିଥିବା ବାଦ-ବିବାଦର ଅବସାନ ଘଟିବ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ପରିଗଣିତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ବୁଦ୍ଧିମାନ୍‌ ହେବେ।
ବିଛା: ଯୋଜନା ଫଳବତୀ ହେବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର ମିଳିବ।
ଧନୁ: ମନଇଚ୍ଛା କିଛି ନକରି ଅନ୍ୟମାନଙ୍କ ସହିତ ବିଚାର-ଆଲୋଚନା ଦ୍ବାରା ଉପକୃତ ହେବେ। ଭାଗ୍ୟାଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି।
ମକର: ଆୟ ବୃଦ୍ଧିର ସୂଚନା ମିଳୁଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ବନ୍ଧୁ ସହାୟତାରୁ ଉପକୃତ ହେବେ। ସରକାରଙ୍କ କୃପାପାତ୍ର ହେବେ। ଐଶ୍ବର୍ଯ୍ୟଯୁକ୍ତ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ତତ୍‌ଜନିତ ଧନଲାଭର ସୂଚନା ମିଳୁଛି।
କୁମ୍ଭ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ମଧୁର ସମ୍ଭାଷଣରେ ଅନ୍ୟମାନଙ୍କ ଆଦରଣୀୟ ହେବେ। କ୍ରୋଧୀ, ସାହସୀ ଓ ଜ୍ଞାନୀ ହୋଇପାରନ୍ତି।
ମୀନ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ମାନ୍ୟତା ପାଇବା ସହିତ ରାଜକୋଷର ଧନଲାଭର ସୂଚନା ମିଳୁଛି।

Leave A Reply