ଶନିବାର ରାଶିଫଳ

0

ମେଷ: ପରର ଉପକାର କରି ନିଜେ କ୍ଷତିରେ ପଡ଼ିପାରନ୍ତି; ତଥାପି କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ସୁଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହୀ ହେବେ।
ବୃଷ: କାର୍ଯ୍ୟରେ ଉନ୍ନତି ଘଟିବ। ଶତ୍ରୁକୁ ଦମନ କରି ଆଶ୍ୱସ୍ତ ହେବେ। ଭାଗ୍ୟଶାଳୀ ହେବେ। ପରଦେଶ ବାସୀ, ସହନଶୀଳ, ମିଷ୍ଟଭାଷୀ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ।
ମିଥୁନ: ଉତ୍ତମ ହିତୈଷୀ ବନ୍ଧୁଙ୍କ ଦର୍ଶନ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ଉତ୍ତମ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ: ଖାଦ୍ୟ ପେୟରେ ତୃପ୍ତିଲାଭ କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଧାର୍ମିକ ହେବେ। ସାହସୀ ଓ ଜ୍ଞାନୀ ହେବେ।
ସିଂହ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ସୁଶୀଳା ପତ୍ନୀର ସାହଚର୍ଯ୍ୟ ମିଳିବ। ଯାନବାହନ ସୁଖ ମିଳିବ।
କନ୍ୟା: ଗୋଳମାଳ ଲାଗି ରହି ଥିବା କାର୍ଯ୍ୟର ସୁ-ସମାଧାନ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବଯୁକ୍ତ ଓ ଯଶସ୍ୱୀ ହୋଇପାରନ୍ତି।
ତୁଳା: ଦ୍ୱନ୍ଦ୍ୱରେ ପଡ଼ିଲେ ବି କାର୍ଯ୍ୟକୁ ଆଗେଇ ନେଇ ପାରନ୍ତି। ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ଅତିବାହିତ କରିବେ। ଧର୍ମାତ୍ମା, ପ୍ରବାସ ପ୍ର୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି।
ବିଛା: ଅପ୍ରିୟ ପରିସ୍ଥିତି ଉପୁଜି ପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ।
ଧନୁ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ବ୍ରତୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶ ଗ୍ରହଣ କରି କୃତକାର୍ଯ୍ୟ ହୋଇପାରନ୍ତି।
ମକର: ଧର୍ମ କାର୍ଯ୍ୟ ଗ୍ରହଣ କରି କୃତକାର୍ଯ୍ୟ ହୋଇପାରନ୍ତି। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚକ୍ଷୁ ଯନ୍ତ୍ରଣା ଉପୁଜି ପାରେ।
କୁମ୍ଭ: ଜନୈକା ମହିଳାଙ୍କ ଠାରୁ ପ୍ରେରଣା ମିଳିପାରେ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ।
ମୀନ: ବନ୍ଧୁ ସହଯୋଗ ମିଳିପାରେ। ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନଶୀଳ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳପ୍ରତି ଆଦର ପ୍ରେମୀ ହେବେ। ବୁଦ୍ଧିମାନ ହେବା ଆଶା କରାଯାଏ।

Leave A Reply