ଶନିବାର ରାଶିଫଳ

ମେଷ: ଆମୋଦ ପ୍ରମୋଦରେ ଦିନ ବିତାଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଆଦରି ନେବେ। ଉତ୍ତମ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। ଯାନବାହନ ସୁଖ ମିଳିବ।
ବୃଷ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଭକ୍ତି ମିିଳିବ।
ମିଥୁନ: କର୍ମକ୍ଷେତ୍ରକୁ ସରଳ-ସୁଲଭ କରିପାରନ୍ତି। ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ସହନଶୀଳ, ଶାନ୍ତି ପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ବନ୍ଧୁ ସୁଖ ମିଳିବ।
କର୍କଟ: ଚାଷ ଉପଯୋଗୀ ଜମି କ୍ରୟ କରିପାରନ୍ତିି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଅଧିକ ରୋଜଗାର କ୍ଷମ ହେବେ। ସୁସ୍ଥ ଓ ନିରାମୟ ରହିବେ। ମୋକଦ୍ଦମାରେ ବିଜୟୀ ହେବେ। ଅର୍ଥପ୍ରାପ୍ତିର ସୁଚନା ସୃଷ୍ଟି ହୋଇଛି।
ସିଂହ: ଆୟ ବୃଦ୍ଧି ହେବା ସହିତ ବ୍ୟୟ ତତ୍ତୋଧିକ ହୋଇପାରେ। ଚଞ୍ଚଳ ସ୍ୱଭାବର ହେବେ। କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ମଧୁରଭାଷୀ ହେବେ। ସବୁ ବାଧାବିଘ୍ନକୁ ଏଡ଼ାଇ ରାଜଯୋଗ ଭୋଗ କରିବେ। ଧାର୍ମିକ ପ୍ରକୃତିର ହୋଇପାରନ୍ତି।
କନ୍ୟା: କୌଣସି ଏକ କାର୍ଯ୍ୟରେ ପ୍ରଭାବିତ ହୋଇ ତା’ର ସଫଳ ରୂପାୟନ କରିପାରନ୍ତି। ଲୋକପ୍ରିୟ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଲୋକ ପ୍ରିୟତା ଅର୍ଜନ କରିବେ। ସରକାରୀ ଅର୍ଥ ପାଇବେ।
ତୁଳା: ଶ୍ରମ ସାର୍ଥକ ହେବ। ମନ ପ୍ରସନ୍ନ ରହିବ। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ପ୍ରୀତି ରହିବ।
ବିଛା: ସେବା-ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ ଓ ସାହସୀ ହେବେ।
ଧନୁ: ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ସର୍ଦି ଓ କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ଯଚଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମକର: ବ୍ୟବସାୟ ଲାଭଜନକ ହେବ। ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। କୁଳଦୀପକ ହେବେ। ମନରେ ପ୍ରସନ୍ନତା ଭାବ ଦେଖାଦେଇ ପାରେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
କୁମ୍ଭ: ଦୃଢ଼ ମନୋଭାବ ପୋଷଣ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ କରିଥାଏ। ଅନୁଷ୍ଠାନର ଉତ୍ତମ ପରାମର୍ଶ ଦାତା ହେବେ।
ମୀନ: ଆପଣଙ୍କ ପାଇଁ ପରିବେଶ ଲାଭଜନକ ହେବ। ଆଲୋଚନା ମାଧ୍ୟମରେ କାର୍ୟ୍ୟକଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ର୍ରଚୁର ଧନଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ।

Comments are closed.