ଶନିବାରରେ ଏହି ସବୁ ଜିନିଷ ଆଣିଲେ ଶନିଦେବ ହୁଅନ୍ତି ଅସନ୍ତୁଷ୍ଟ

0

ଶନିଗ୍ରହ ଖୁସୀ ହଲେ ମଣିଷ ରାଜା ପରି ଜୀବନ  ଯାପନ କରେ । ମାତ୍ର ଅସନ୍ତୁଷ୍ଟ ହେଲେ ଅନେକ କିଛି ହରାଇବାକୁ ପଡିଥାଏ ।  ଏପରି କିଛି ନିୟମ ଅଛି ଯାହାକୁ ମାନି କରି ଚଳିଲେ  ବହୁତ ଭଲ ।

୧. ଶନିବାରରେ  ଲୁହାରେ ତିଆରି କୌଣସି ଜିନିଷ କିଣିବା ପାଇଁ ମନା କରାଯାଇଥାଏ ।  କୁହାଯାଏ ଏହି ଦିନ ଲୁହା ସାମଗ୍ରୀ କିଣିଲେ ଶନିଦେବ କ୍ରୋଧିତ ହୋଇ ଥାଆନ୍ତି । ମାତ୍ର ଏହି ଦିନ ଲୁହାରେ ତିଆରି ସାମଗ୍ରୀ ଦାନ କଲେ ସୁଫଳ ମିଳିଥାଏ ।

୨. ଶନିବାରରେ ସୋରିଷର କୌଣସି ପଦାର୍ଥ କିଣିବା ପାଇଁ ବାରଣ କରାଯାଇଛି । ଏପରି କଲୋ ରୋଗଗସ୍ତ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ଏହି ଦିନ ସୋରିଷ ତେଲରେ ଉପମା ତିଆରି କରି କଳା କୁକୁରଙ୍କୁ ଖାଇବାକୁ ଦେଲେ ଭଲ ।

୩. ଶନିବାରରେ  ଲୁଣ  କିଣିବା କଥା ନୁହେଁ । ଏଥିଯାଗୁଁ ଋଣ ବଢେ ବୋଲି କୁହାଯାଇଥାଏ ।

୪. ଶନିବାରେର କଇଁଚି ବା କତୁରି କିଣାବାକୁ ମନା କରାଯାଇଥାଏ । ଏହି ଦିନ କତୁରି କିଣିଲେ ସମ୍ପର୍କ ହାନୀ ହୋଇଥାଏ ।

୫. ଶନିବାରରେ କଳା ରଙ୍କର ଜୋତା କି ଚପଲ କିଣନ୍ତୁ ନାହିଁ ।

Leave A Reply