ଆପଣ କଲେ ରାସଲିଳା ଆମେ କଲେ………… : ବିଏସପି ସାଂସଦ

ନୂଆଦିଲ୍ଲୀ : ପୂର୍ବରୁ ଲୋକସଭାରେ ଗୃହିତ ହୋଇସାରି ଥିବା ଏସପିଜି ସଂଶୋଧନ ବିଲ୍ -୨୦୧୯ ମଙ୍ଗଳବାର ରାଜ୍ୟସଭାରେ ଗୃହିତ ହୋଇଯାଇଛି। ଏନେଇ ରାଜ୍ୟସଭାରେ ମଙ୍ଗଳବାର ଚାଲିଥିବା ଆଲୋଚନା ସମୟରେ ବିଏସପିର ସାଂସଦ ଶତିସ ଚନ୍ଦ୍ର ମିଶ୍ରା କଂଗ୍ରେସ ଉପରେ ଖୁବ ବର୍ଷି ଥିଲେ। କଂଗ୍ରେସକୁ ଆକ୍ଷେପ କରି ଶ୍ରୀ ମିଶ୍ରା କହିଥିଲେ, “ଆପଣ କଲେ ରାସଲିଳା ଆଉ ଆମେ କଲେ କ୍ୟାରେକ୍ଟର ଢିଲା”।
ସେ ଆହୁରି କହିଥିଲେ, ଯାହାକୁ ଭଗବାନ୍ ବଞ୍ଚେଇବାର ଥିବ ତାକୁ କେହି ମାରି ପାରିବେ ନାହିଁ। ଏହାର ଏକ ଉଦାହରଣ ହେଉଛନ୍ତି ଆମ ଦଳର ନେତାମାନେ। ଯଦି ମୋର ଉକ୍ତି ସତ ହୋଇନଥାନ୍ତା ତେବେ ସେମାନେ ଆଜି ଆମ ଗହଣରେ ନଥାନ୍ତେ। ତେଣୁ ଯାହାପାଇଁ ଯେଉଁ ସୁରକ୍ଷା ଆବଶ୍ୟକ ତାକୁ ସେହି ସୁରକ୍ଷା ଦେବା ଦରକାର ବୋଲି ଶ୍ରୀ ମିଶ୍ରା କହିଥିଲେ।

Comments are closed.