ପାଟଣାଗଡ଼ରେ ସରୋଜ ମେହେର ବିଜୟୀ

ଖପ୍ରାଖୋଲ : ବଲାଙ୍ଗୀର ଜିଲା ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଠାରେ ବିଜେଡ଼ି ସରୋଜ ମେହେର ପାଟଣାଗଡର ନୂତନ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସରୋଜ ମେହେର ସର୍ବାଧିକ ୮୮,୦୩୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ୭୭,୦୦୩ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ଇଂ ରମେଶ ପୁରୋହିତ ୩୦,୨୫୩ ଖଣ୍ଡ ଏବଂ ବହୁଜନ ସମାଜ ବାଦୀ ପ୍ରାର୍ଥୀ ଲବ ସୁନା ୪୧୯୩ ଭୋଟ ପାଇଥିବା ଜଣାପଡିଛି। ସରୋଜ ମେହେର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କନକ ବର୍ଦ୍ଧନ ସିଂଦେଓଙ୍କ ଠାରୁ ୧୧,୦୨୮ ଖଣ୍ଡ ଅଧିକ ଭୋଟ ପାଇ ପାଟଣାଗଡ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୫ ମସିହାରୁ ଲଗାତାର ଭାବେ ଏଠାରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଆସିଥିବା ଭାରତୀୟ ଜନତା ପାର୍ଟିର ତୁଙ୍ଗନେତା କନକ ବର୍ଦ୍ଧନ ସିଂଦେଓଙ୍କ ତାଙ୍କ ଗଡ ରକ୍ଷା କରିବାରେ ଏଥର ବିଫଳ ହୋଇଛନ୍ତି।

 

Comments are closed.