ଏପରି ଶାଢି, ଯାହାର ପବନରେ ପରିବର୍ତ୍ତନ ହୁଏ ରଙ୍ଗ

0

ଭାରତୀୟ ଶାଢ଼ିର ଲୋକପ୍ରିୟତା ପୂରା ବିଶ୍ବସ୍ତରରେ ରହିଛି। ସମ୍ଭ୍ରାନ୍ତ ବର୍ଗର ମହିଳାମାନେ ଲକ୍ଷାଧିକ ଟଙ୍କା ବ୍ୟୟ କରି ଶାଢ଼ି କିଣିବାରେ ଆଗ୍ରହ ପ୍ରକାଶ କରୁଥିବାର ଦେଖାଯାଇଛି।

ଭାରତର ପ୍ରତ୍ୟେକ ପ୍ରାନ୍ତରେ ଭିନ୍ନଭିନ୍ନ ପ୍ରକାରର ଶାଢ଼ିର ବୈଶିଷ୍ଟ୍ୟ ଥିବାବେଳେ ମାହେଶ୍ବରୀ ଶାଢ଼ିର ଲୋକପ୍ରିୟତା ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟ ସର୍ବାଧିକ।

ଇନ୍ଦୋର ମ​‌େ​‌ହଶ୍ବର ଅଞ୍ଚଳରେ ଏହି ବିଶେଷ ଶାଢ଼ି ତିଆରି କରାଯାଏ। ସ୍ଥାନୀୟ କାରିଗରଙ୍କ କହିବାନୁସାରେ ୨୫୦ ବର୍ଷ ପୁରାତନ ଏହି ଶାଢ଼ିର ଚାହିଦା ଦିନକୁଦିନ ବଢ଼ିବାରେ ଲାଗିଛି।

ଏହାର ବିଶେଷତ୍ବ ହେଉଛି ପବନର ସ୍ପର୍ଶରେ ଶାଢ଼ିର ରଙ୍ଗ ପରିବର୍ତ୍ତନ ହୁଏ। ବର୍ତ୍ତମାନ ସେହି ଅଞ୍ଚଳରେ ଏହି କାରିଗରଙ୍କ ସଂଖ୍ୟା ୫ହଜାରରେ ପହଞ୍ଚିଥିବା ବେଳେ ଲକ୍ଷାଧିକ ଟଙ୍କାର ବ୍ୟବସାୟ ମଧ୍ୟ ହେଉଛି।

ଜନୈକ କାରିଗର ରମେଶଙ୍କ କହିବାନୁସାରେ ବିଭିନ୍ନ ପ୍ରକାର ତତ୍ତ୍ବର ମିଶ୍ରଣରେ ସେମାନେ ଏହି ବିଶେଷ ଶାଢ଼ି ତିଆରି କରନ୍ତି। ଏହି ତତ୍ତ୍ବରେ ହାଇଡ୍ରୋ ସୋଡା ଓ କଷ୍ଟିକ୍ ସୋଡାର ଉପଯୋଗ ହୋଇଥାଏ।

ଏଣୁ ଅମ୍ଳଜାନର ସଂସ୍ପର୍ଶରେ ଆସିବା ଦ୍ବାରା ଶାଢ଼ିର ରଙ୍ଗ ପରିବର୍ତ୍ତନ ହୁଏ। ଏହି ଶାଢ଼ିର ମୂଲ୍ୟ ୨୫୦୦ ଟଙ୍କାରୁ ଆରମ୍ଭ ହୋଇ ​‌ଦେଢ଼ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରହିଛି।

Leave A Reply