ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀରେ ଗଣଦୌଡ

0

ସୁଆଣ୍ଡୋ : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜନ୍ମତିଥି ସମଗ୍ର ଭାରତରେ ପାଳନ କରାଯାଉଛି। ଏଥିପାଇଁ ପୁରୀ ଜିଲା ସତ୍ୟବାଦୀ-ଅଳଗୁମ ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ଦିନ ଏକ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ମଧୁବନ ପଞ୍ଚାୟତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ମୃତି ପରିଷଦ ଆନୁକୁଲ୍ୟରେ ଏହା କରାଯାଇଥିଲା। ଏହି ଗଣଦୌଡ ମଧୁବନ ଠାରୁ ବାହାରି ବରହମ୍ ପୁର ରାସ୍ତା ଦେଇ ସୂର୍ୟ୍ୟପୁର ଠାରେ ପହଞ୍ଚିଥିଲା । ସୁରେନ୍ଦ୍ର ପ୍ରଧାନ, କୁମର ସାହୁ, ମାଧବ ସ୍ୱାଇଁ, ବିପିନ୍ ମହାନ୍ତି, ସୁଧୀର ପରିଡା, ପ୍ରଭାକର ସ୍ୱାଇଁ, ବିରଞ୍ଚି ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ପ୍ରମୁଖ ଏହି ଗଣଦୌଡରେ ଅଂଶଗ୍ରହଣ କରିଥିଲେ। ଯୁବମୋର୍ଚ୍ଚା ସଭାପତି ହରିହର ସ୍ୱାଇଁଙ୍କ ନେତୃତ୍ବରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply