ଡକ୍ଟର ପ୍ରଦୀପ ଦାଶଙ୍କୁ ‘ଶାରଳା ପୁରସ୍କାର’

ଭୁବନେଶ୍ବ:  ସାହିତ୍ୟିକ ଡକ୍ଟର ପ୍ରଦୀପ ଦାଶ ସମ୍ମାନଜନକ ୪୦ତମ ‘ଶାରଳା ପୁରସ୍କାର’ ପ୍ରଦାନ କରାଯାଇଛି।  ଶନିବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଡକ୍ଟରନ ଦାଶଙ୍କୁ  ଏହି ସମ୍ମାନ ପ୍ରଦାନ କରିଛନ୍ତି । ସାହିତ୍ୟ କୃତି  ‘ଚରୁ ଚୀବର ଓ ଚର୍ଯ୍ୟା’ ପାଇଁ ଇମ୍ଫା ପକ୍ଷରୁ ଏହି ଶାରଳା ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ବାବଦକୁ ତାଙ୍କୁ ୫ ଳକ୍ଷ ଟଙ୍କା , ମାନପତ୍ର, ଉପଢ଼ୌକନ ପ୍ରଦାନ କରାଯାଇଛି । ସେହିପରି ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ବାଦ୍ୟକାର ହରମୋହନ ଖୁଣ୍ଟିଆଙ୍କୁ ପ୍ରଦାନ କରାଯାଇଥିବାବେଳେ  ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି ।

 

Comments are closed.