ଶରଧାବାଲିରେ ତିନି ଠାକୁର

0

ପୁରୀ : ଶରଧାବାଲିରେ ତିନି ଠାକୁର ପହଞ୍ଚି ସାରିଛନ୍ତି। ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅଟକି ରହିଥିବା ନନ୍ଦିଘୋଷ ରଥ ଆଜି ଶରଧାବାଲିରେ ପହଞ୍ଚିଛି। ଗତକାଲି ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ପହଞ୍ଚିଥିବା ବେଳେ ଆଜି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ସକାଳେ ଅଗଣିତ ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମି ରହିଛି।

Leave A Reply