ରାଜ୍ୟସଭାରେ ସାନ୍ତାଳୀ ଭାଷାକୁ ମାନ୍ୟତା

0

ଭୁବନେଶ୍ୱର: ରାଜ୍ୟସଭାରେ ସାନ୍ତାଳୀ ଭାଷାକୁ ମାନ୍ୟତା ମିଳିଛି। ଏଣିକି ରାଜ୍ୟସଭାରେ ସାନ୍ତାଳୀ ସାଂସଦମାନେ ନିଜ ମାତୃଭାଷାରେ ମତାମତ ଉପସ୍ଥାପନ କରିପାରି​‌ବେ। ଏହା ସହ ଡୋଗ୍ରୀ, କୋଙ୍କଣୀ, କାଶ୍ମିରୀ ଓ ସିନ୍ଧି ଭାଷାକୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଛି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ସୂଚନା ଦେଇଛନ୍ତି। ଏହି ୫ଟି ଆଞ୍ଚଳିକ ଭାଷାକୁ ମାନ୍ୟତା ମିଳିଲା ପରେ ରାଜ୍ୟସଭାରେ ଆଞ୍ଚଳିକ ଭାଷା ସଂଖ୍ୟା ୨୨କୁ ବୃଦ୍ଧି ପାଇଛି।

Leave A Reply