ଶଙ୍ଖ ବଜାଇଲେ ଏହି ୧୦ଟି ସମସ୍ୟାରୁ ମିଳିବ ମୁକ୍ତି

0

ଆମ ହିନ୍ଦୁ ପରମ୍ପରାରେ ଶଙ୍ଖ ଧ୍ବନିକୁ ବେଶ୍ ଶୁଭ ବୋଲି ମାନ୍ୟତା ମିଳିଛି । ଏକବିଂଶ ଶତାବ୍ଦୀରେ ପାଦ ଥାପିବା ସତ୍ତ୍ବେ ଏବେ ମଧ୍ୟ ଅଧିକାଂଶ ଲୋକେ ସକାଳ-ସନ୍ଧ୍ୟାରେ ଠାକୁର ପୂଜା ସମୟରେ ଶଙ୍ଖ ଫୁଙ୍କି ପୂଜା କରିଥାନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ଶଙ୍ଖ ବଜାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ।

୧. ଆୟୁର୍ବେଦ ଅନୁସାରେ ଶଙ୍ଖ ବଜାଇଲେ ଶରୀରର ବିଭିନ୍ନ ଅଙ୍ଗ ଉତ୍ତମ ଭାବେ କାର୍ୟ୍ୟକାରୀ ହେବା ସହ ବେକର ମାଂଶପେଶୀ ଭଲଭାବେ କାର୍ୟ୍ୟକ୍ଷମ ହୋଇଥାଏ।

୨. ଶଙ୍ଖ ବଜାଇବା ଦ୍ୱାରା ମୁତ୍ରପଥ ,ମୁତ୍ରାଶୟ ,ତଳି ପେଟ, ଛାତି ଏବଂ ତଣ୍ଟିର ମାସଂପେଶୀ ସୁସ୍ଥ ରହିଥାଏ ।ଏହା ମଳଦ୍ୱାରର ମାସଂପେଶୀ ମଜଭୁତ ରହିଥାଏ ।

୩. ମହିଳାମାନେ ନିୟମିତ ଭାବେ ଶଙ୍ଖ ବଜାଇବା ଉଚିତ। ଏହା ଦ୍ବାରା ସେମାନଙ୍କ ତ୍ବଚା ସଙ୍କୁଚିତ- ପ୍ରସାରିତ ବ୍ୟାୟାମ ଅନ୍ତର୍ଭୁକ୍ତ ହୋଇଥାଏ।

୪. ଚକ୍ଷୁର ଜ୍ୟୋତି ବୃଦ୍ଧି କରିବାକୁ ଚାହୁଁଥିଲେ ଏହି ପ୍ରକ୍ରିୟା ପ୍ରତ୍ୟହ କରନ୍ତୁ।

୫ ଶଙ୍ଖ ଫୁଙ୍କିବା ଦ୍ୱାରା ଆପଣଙ୍କ ଥାଏରଏଡ୍ ଗ୍ରନ୍ଥି ଏବଂ ଭୋକାଲ କର୍ଡସ୍‌ର ସଠିକ ବ୍ୟାୟାମ ହୋଇଥାଏ । ଠିକ୍‌ଭାବେ କଥା କହିପାରୁ ନଥିଲେ ପାଟି ଲାଗୁଥିଲେ ଶଙ୍ଖ ଫୁଙ୍କିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

୬. ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ନିୟମିତ ଶଙ୍ଖ ଫୁଙ୍କିଲେ ହୃଦଘାତର ଆଶଙ୍କା ମଧ୍ୟ ଯଥେଷ୍ଟ କମ୍।

୭. କଥା ସ୍ପଷ୍ଟ କହିପନାରୁନଥବା ଶିଶୁ ଶଙ୍ଖ ବଜାଇଲେ ଉଚ୍ଚାରଣ ସ୍ପଷ୍ଟ ହୋଇଥାଏ।

୮. ରାତିରେ ଶଙ୍ଖରେ ପାଣି ଭର୍ତ୍ତି କରି ସକାଳୁ ସେହି ପାଣିକୁ ମୁଁହରେ ମାଲିସ କଲେ ତ୍ୱଚା ସମ୍ବଦ୍ଧୀୟ ସମସ୍ୟା ଦୂର ହୋଇଥାଏ ।

୯. ଶଙ୍ଖ ଫୁଙ୍କିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ । ଶଙ୍ଖ ବଜାଇବା ସମୟରେ ମୁଣ୍ଡରୁ ଖରାପ ଚିନ୍ତା ଚାଲିଯାଇଥାଏ। ଏହା ଅନେକ ରୋଗକୁ ମଧ୍ୟ ଦୂର କରିଥାଏ।

୧୦. ପ୍ରୋଷ୍ଟେଟ୍ ରୋଗରୁ ବର୍ତ୍ତିବାକୁ ଚାହୁଁଥିବା ଲୋକେ ପ୍ରତ୍ୟହ ଶଙ୍ଖ ବଜାଇବା ଖୁବ୍ ଲାଭକାରୀ ବୋଲି ପରୀକ୍ଷାରୁ ଜଣାପଡ଼ିଛି।

 

 

 

Leave A Reply