ସଞ୍ଜୁଙ୍କ ବାପା ହେବାକୁ ମନାକଲେ ଅମୀର

0

ମୁମ୍ବଇ : ବଲିଉଡ ଅଭିନେତା ଅମୀର ଖାନ ଏବଂ ଚଳଚ୍ଚିତ୍ର ନିର୍ଦେଶକ ରାଜକୁମାର ହିରାନୀଙ୍କ ବନ୍ଧୁତା ସମସ୍ତଙ୍କୁ ଜଣା। ଉଭୟଙ୍କ ଜୁଗଳବନ୍ଦୀରେ ନିର୍ମିତ ‘ଥ୍ରି ଇଡିଏଟ୍‍’ ‘ପିକେ’ ସୁପର ହିଟ୍‍ ହୋଇଥିଲା। ତେବେ ନିକଟରେ ରାଜକୁମାର ହିରାନୀଙ୍କ ‘ସଞ୍ଜୁ’ ଚଳଚ୍ଚିତ୍ରରେ ଅଭିନୟ କରିବା ଅଫରକୁ ଅମୀର ଗ୍ରହଣ କରିନଥିଲେ। ଏହାକୁ ନେଇ ବଲିଉଡ଼ ଜଗତରେ ବହୁ ଉଡ଼ା କଥା ଶୁଣିବାକୁ ମିଳୁଥିଲା। ତେବେ ନିଜେ ଅଭିନେତା ଅମୀର ଖାନ ଏହା ଉପରୁ ପରଦା ଉଠାଇଛନ୍ତି। ଅମୀର କହିଛନ୍ତି ଯେ ନିର୍ଦ୍ଦେଶକ ରାଜକୁମାର ହିରାନୀ ‘ସଞ୍ଜୁ’ ଚଳଚ୍ଚିତ୍ରର ତାଙ୍କୁ ସଞ୍ଜୁଙ୍କ ପିତା ସୁନିଲ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିବାକୁ ଅଫର ଦେଇଥିଲେ। କାହାଣୀ ପଢିବା ପରେ ଅମୀର ସଞ୍ଜୁ ଚରିତ୍ରରେ ଅଭିନୟ କରିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ। ହେଲେ ଅଭିନେତା ରଣବିରଙ୍କୁ ଏହି ଚରିତ୍ର ଦିଆଯାଇସାରିଥିଲା। ତେଣୁ ସେ ଆଉ କୌଣସି ଚରିତ୍ରରେ ଅଭିନୟ କରିବେ ନାହିଁ ବୋଲି ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କୁ ସିଧାସଳଖ କହିଦେଇଥିଲେ। ଫଳରେ ଅମୀରଙ୍କୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ବୋଲି ଶୁଣାଯାଉଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏହାସହ ସେ କାହିଁକି ଚଳଚ୍ଚିତ୍ରରେ ଅଭିନୟ କଲେ ନାହିଁ ତାହା ସ୍ପଷ୍ଟ ହୋଇଛି।

Leave A Reply