ଭଉଣୀ ପାଇଁ ପ୍ରଚାର କଲେ ସଞ୍ଜୟ ଦତ୍ତ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଲୋକପ୍ରିୟ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିଜର ଭଉଣୀ ପ୍ରିୟା ଦତ୍ତ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା କଂଗ୍ରେସରୁ ଟିକେଟ ପାଇ ଉତ୍ତର-ମଧ୍ୟ ମୁମ୍ବଇ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ଭଉଣୀ ପାଇଁ ସଞ୍ଜୟ ରୋଡ ସୋ’ କରିବା ସମୟରେ ନିଜ ପ୍ରଶଂସକ ମାନଙ୍କୁ ଭୋଟ ମାଗିଛନ୍ତି। ପୂର୍ବ ଲୋକସଭା ନିର୍ବାଚନରେ ସଞ୍ଜୟ ନିଜ ଭଉଣୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରିନଥିଲେ।
ସେହିପରି ସଞ୍ଜୟ ଦତ୍ତ ଆହ୍ଲାବାଦ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ଟିକେଟରୁ ନିର୍ବାଚନ ଲଢିବା ପାଇଁ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ସଞ୍ଜୟ ଟୁଇଟ କରି ଏହାର ସ୍ପଷ୍ଟିକରଣ ଦେଇଥିଲେ।
୨୦୧୪ ଲୋକସଭା ନିର୍ବାଚନରେ ଏହି ଆସନରେ ପ୍ରିୟା ଦତ୍ତ ପରାସ୍ତ ହୋଇଥିଲେ। ୨୦୦୫ରେ ପିତା ସୁନୀଲ ଦତ୍ତଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ପ୍ରିୟା ଦତ୍ତ ଜିତି ସଂସଦ ଯାଇଥିଲେ।

Comments are closed.