ପାନିପତ୍‌ ପାଇଁ ସଞ୍ଜୟଙ୍କ ପ୍ରସ୍ତୁତି

0

ମୁମ୍ବଇ : ବଲିଉଡର ‘ସଞ୍ଜୁ ବାବା’ ଭାବେ ଜଣାଯାଉଥିବା ସଞ୍ଜୟ ଦତ୍ତ ଦର୍ଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କରନ୍ତି। ୨୦୧୨ରେ ମୁକ୍ତିଲାଭ କରିଥିବା ‘ଅଗ୍ନିପଥ’ ଚଳଚ୍ଚିତ୍ରରେ କାଞ୍ଚା ନକାରାତ୍ମକ ଚରିତ୍ର ନିମନ୍ତେ ସଞ୍ଜୟ ଖୁବ୍ ପରିଶ୍ରମ କରିଥିଲେ। ନିଜ କେଶସଜ୍ଜାକୁ ପ୍ରାଧାନ୍ୟ ଦେଉଥିବା ଏଇ ଅଭିନେତା ଜଣକ କାଞ୍ଜା ଭୂମିକା ନିମନ୍ତେ ଲଣ୍ଡିତ ମସ୍ତକ କରିବାରେ ଆଦୌ ଅନୁଶୋଚନା କରିନଥିଲେ। ଏବେ ଆଉ ଏକ ଚ୍ୟାଲେଞ୍ଜିଂ ଭୂମିକା ନିମନ୍ତେ ସଞ୍ଜୁ ବାବା ଜୋର୍‌ସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ଆଶୁତୋଷ ଗୋୱାରିକର୍‌ଙ୍କ ଐତିହାସିକ ଚଳଚ୍ଚିତ୍ର ‘ପାନିପତ୍‌’ରେ ସେ ମୁଖ୍ୟ ଚରିତ୍ରରେ ଦେଖାଦେବେ। ଦୁରାନି ଏମ୍ପାୟାର୍‌ର ମାଲିକ ଅହମ୍ମଦ ଶାହ୍ ଦୁରାନି ଭୂମିକା ନିମନ୍ତେ ସଞ୍ଜୟ ୪ ମାସ ହେଲା ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତାଙ୍କୁ ସବୁଠୁ ଅଧିକ ଖାଦ୍ୟପାନୀୟ ବାବଦରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କମ୍ କାର୍ବୋହାଇଡ୍ରେଟ୍ ଓ ଫ୍ୟାଟ୍‌ ଯୁକ୍ତ ଖାଦ୍ୟ ନିୟମିତ ଏବେ ସଞ୍ଜୟ ଖାଉଛନ୍ତି। ଶରୀରକୁ ପ୍ରୋଟିନ୍ ମିଳିବା ନିମନ୍ତେ ସପ୍ତାହକୁ ୩-୪ଥର ଚିକେନ୍, ମାଛ ଓ ସାଲାଡ୍ ଖାଇବାକୁ ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶ। ଖାଦ୍ୟ ପ୍ରିୟ ସଞ୍ଜୁ କେବଳ ଏଇ ଭୂମିକା ନିମନ୍ତେ ଗତ ୪ ମାସ ହେଲା ଜଗି ରଖି ଚଳୁଛନ୍ତି ବୋଲି ସାକ୍ଷାତକାର୍‌ରେ କହିଛନ୍ତି।

Leave A Reply