ଶନିବାର ସନ୍ଧ୍ୟାଦର୍ଶନ

0

ପୁରୀ : ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଶନିବାର ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ରବିବାର ଶ୍ରୀଜୀଉମାନେ ଶ୍ରୀ ମନ୍ଦିର ବାହୁଡିବେ। ତେବେ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚିବାରେ ଲାଗିଛନ୍ତି।

ଅନ୍ୟ ପକ୍ଷରେ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଗୁରୁବାର ଦକ୍ଷିଣମୋଡ କରାଯାଇ  ଗୁଣ୍ଡିଚା ମନ୍ଦିର ସିଂହଦ୍ବାରରେ ଥିବା ନାକଚଣାଦ୍ବାର ସମ୍ମୁଖକୁ ନିଆଯାଇଛି। ପରମ୍ପରା ଅନୁଯାୟୀ ଭକ୍ତମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିଥିଲେ। ଏହାପରେ ତାଳଧ୍ବଜ ଓ ନନ୍ଦିଘୋଷ ରଥ ଟଣାଯାଇଥିଲା। ରଥର ଆଗ ଓ ପଛରେ ଦଉଡି ସଂଯୋଗ କରାଯାଇଥିଲା।  ପ୍ରବଳ ଉତ୍କଣ୍ଠାର ସହ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିଥିଲେ। ସନ୍ଧ୍ୟା ସୁଦ୍ଧା ତିନିରଥ ନାକଚଣାଦ୍ବାର ସମ୍ମୁଖରେ ପହଞ୍ଚିଥିଲା

୨୨ ତାରିଖ ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ବାହୁଡାଯାତ୍ରା କରିବେ। ୨୩ ତାରିଖରେ ସୁନା ବେଶ, ୨୪ ତାରିଖରେ ଅଧରପଣା ଭୋଗ ଏବଂ ୨୫ ତାରିଖରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ।

Leave A Reply