ଜାଣନ୍ତୁ ଚନ୍ଦନର ଧାର୍ମିକ ମହତ୍ତ୍ଵ…..

0

ଚନ୍ଦନ ଏକ ପ୍ରକାର ସୁଗନ୍ଧିତ ଦ୍ରବ୍ୟ । ଏହାର ସୁଗନ୍ଧ ଅତୁଳନୀୟ । ଏହି କାଠରେ ବିଭିନ୍ନ ପ୍ରକାର ଠାକୁରଙ୍କ ମୂର୍ତ୍ତି ସହ ପୂଜା ସାମଗ୍ରୀ ଏବଂ ସୁଗନ୍ଧିତ ପଦାର୍ଥ ଆଦି ପ୍ରସ୍ତୁତ କରାଯାଏ । ସାଧାରଣତଃ ଚନ୍ଦନ ଦୁଇ ପ୍ରକାରର ଅଟେ । ଗୋଟିଏ ରକ୍ତ ଚନ୍ଦନ ଓ ଅନ୍ୟଟି ଶ୍ବେତ ଚନ୍ଦନ । ତେବେ ଆସନ୍ତୁ ଜାଣିବା ଚନ୍ଦନ ଲଗାଇବାର ଧାର୍ମିକ ମହତ୍ତ୍ଵ ବିଷୟରେ….

ହିନ୍ଦୁ ଧର୍ମରେ ଚନ୍ଦନକୁ ଅତ୍ୟନ୍ତ ପବିତ୍ର ଭାବେ ଗ୍ରହଣ କରାଯାଇଛି ।

ପୂଜା ସମୟରେ ଚନ୍ଦନ କାଠ, ଚନ୍ଦନର ଲେପ ଓ ଚନ୍ଦନର ଅତର ବ୍ୟବହାର କରାଯାଏ ।

ଶ୍ରୀହରିଙ୍କ ପୂଜାରେ ଶ୍ବେତ ଚନ୍ଦନ ଲେପର ଅତ୍ୟନ୍ତ ମହତ୍ତ୍ଵ ରହିଛି ।

ଦେବୀ ଉପସନା ବେଳେ ରକ୍ତ ଚନ୍ଦନ ଅଧିକ ବ୍ୟବହାର କରାଯାଏ ।

ଶିବଲିଙ୍ଗ ଅଭିଷେକ ବେଳେ ଚନ୍ଦନ କାଠର ବ୍ୟବହାର କରାଯାଏ ।

ବୌଦ୍ଧ ଧର୍ମରେ ଚନ୍ଦନ ପ୍ରୟୋଗ କରି ଧ୍ୟାନରେ ବସିବାର ପରମ୍ପରା ରହିଛି ।

ଜ୍ୟୋତିଷମାନେ ଗ୍ରହ ସମସ୍ୟାର ସମାଧାନ ପାଇଁ ଚନ୍ଦନର ପ୍ରୟୋଗ କରିଥାନ୍ତି ।(କ୍ରମଶଃ…)

ଚନ୍ଦନକୁ ନେଇ ବୈଜ୍ଞାନିକ କ’ଣ ରହିଛି ?

Leave A Reply