ସାସମଙ୍ଗ୍‍ ଗାଲାକ୍ସି ଏସ୍‍୯+ର ସନରାଇଜ୍‍ ଗୋଲ୍ଠ ଏଡିସନ୍‍ ଉନ୍ମୋଚିତ

0

ଭୁବନେଶ୍ୱର  : ସାମସଙ୍ଗ ପକ୍ଷରୁ ଗାଲାକ୍ସି ଏସ୍‍୯+ ସ୍ମାର୍ଟଫୋନ୍‍କୁ ନୂଆ ସନ୍‍ରାଇଜ୍‍ ଗୋଲ୍ଡ ଏଡିସନ୍‍ରେ ଉନ୍ମୋଚନ କରାଯାଇଛି। ୧୨୮ ଜିବି ମୋମରି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନ୍‍ ହେଉଛି ସାମସଙ୍ଗ୍‍ର ପ୍ରଥମ ଫୋନ୍‍ ଯାହାକୁ ସାଟିନ୍‍ ଗ୍ଲସ୍‍ ଫିନିସ୍‍ ପ୍ରଦାନ କରାଯାଇଛି। ମୋବାଇଲ୍‍ ଓ ଟିଭି ଭିତରେ ସମ୍ପର୍କ ସ୍ଥାପନ କରିବା ପାଇଁ ଏଥିରେ ଟିଭି କଣ୍ଟ୍ରୋଲ୍‍ ୱିଜେଟ୍‍ ରହିଛି। ଏଥିରେ ଥିବା ସ୍ମାର୍ଟ ଥିଙ୍ଗସ୍‍ ଆପ୍‍କୁ ଚାଲୁ କରିବା ମାତ୍ରେ ଯଦି ଫୋନ୍‍ଟି ଟିଭି ପାଖାପାଖି ରହିଛି ତେବେ ଏହା ଦୁଇ ପାଖିଆ ସ୍କ୍ରିନ୍‍ ମିରରିଂ ଓ ସାଉଣ୍ଡ୍‍ ମିରରିଂ ସୃଷ୍ଟି କରିବ। ଟିଭି ଟୁ ଡିଭାଇସ୍‍ ବିକଳ୍ପ ମନୋନୟନ କରି ବ୍ୟବହାରକାରୀମାନେ ଘର ଭିତରେ ବିଚରଣ କରୁଥିବା ବେଳେ ନିଜ ଫୋନ୍‍ରେ ଟିଭି ପରଦାର ଚିତ୍ର ଦେଖିପାରିବେ। ସେହିପରି ମୋବାଇଲ୍‍ ଗେମ୍‍କୁ ମଧ୍ୟ ସେମାନେ ଡିଭାଇସ୍‍ ଟୁ ଟିଭି ବିକଳ୍ପ ମନୋନୟନ କରି ଟିଭିର ବଡ଼ ସ୍କ୍ରିନ୍‍ରେ ଖେଳିପାରିବେ।
ଏ ସମ୍ପର୍କରେ ସାମସଙ୍ଗ ଇଣ୍ଡିଆର ମହାପ୍ରବନ୍ଧକ ଆଦିତ୍ୟ ବବର କହିଛନ୍ତି ଯେ, ଗାଲାକ୍ସି ଏସ୍‍୯+ର ସନରାଇଜ୍‍ ଗୋଲ୍‍ଡ ଏଡିସନ୍‍ ଏହାର ରଙ୍ଗକୁ ସମ୍ପ୍ର୍ରସାରିତ କରିଛି ଯାହା ଆଧୁନିକ ଓ କ୍ଲାସିକ୍‍ ଲୁକ୍‍ ପ୍ରଦାନ କରୁଛି। ସାମସଙ୍ଗ ଗାଲାକ୍ସି ଏସ୯+ ସନରାଇଜ୍‍ ଗୋଲ୍ଡ ଏଡିସନ୍‍ର ମୂଲ୍ୟ ୬୮,୯୦୦ ଟଙ୍କା।

Leave A Reply