ସାମସଙ୍ଗ ଲଞ୍ଚ କଲା ଫୋଲଡେବଲ ସ୍ମାର୍ଟଫୋନ

0

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ପାଖାପାଖି ୨ବର୍ଷର ଅପେକ୍ଷା ପରେ ଶେଷରେ ନିଜର ଫୋଲ୍ଡେବଲ ସ୍ମାର୍ଟଫୋନ ଲଞ୍ଚ କରିଛି। ସାମସଙ୍ଗର ଏହି ଫୋଲ୍ଡେବଲ ସ୍ମାର୍ଟଫୋନର ଲଞ୍ଚିଙ୍ଗ ଗୁରୁବାର ସାମସଙ୍ଗର ଡେବଲର କନଫରେନ୍ସରେ ହୋଇଛି। ଗୁରୁବାର ସାନ ଫ୍ରାନ୍ସିକୋରେ ଆୟୋଜିତ ସାମସଙ୍ଗର ଡେବଲପର କନଫରେନ୍ସରେ ଏହି ଫୋନକୁ ଲଞ୍ଚ କରାଯାଇଛି। ଏହି ଫୋନରେ ଟାବଲେଟ ଭଳି ବଡ ଡିସପ୍ଲେ ରହିଛି ଯାହାକୁ ସହଜରେ ଭାଙ୍ଗି ଆପଣଙ୍କ ପକେଟରେ ରଖିପାରିବେ। ଏହି ଫୋଲ୍ଡେବଲ ସ୍ମାର୍ଟଫୋନର ମୁଖ୍ୟ ଡିସପ୍ଲେ ୭.୩ ଇଞ୍ଚର ରହିଛି। ଏହାର ଅନ୍ୟ ଏକ ଡିସପ୍ଲେ ୪.୬ ଇଞ୍ଚ। ଏପର୍ଯ୍ୟନ୍ତ ଏହାର କୌଣସି ନାମକରଣ କରାଯାଇ ନାହିଁ।

Leave A Reply