ଭାରତୀୟ ବଜାରକୁ ଆସିଲା ସାମସଙ୍ଗର ୨୧୯ଇଞ୍ଚର ଟିଭି

0

ନୂଆଦିଲ୍ଲୀ : ଆମେରିକାର ଲାସ ବେଗାସରେ ଇଲେକଟ୍ରୋନିକ ସାମଗ୍ରୀର ପଦର୍ଶନୀ  (ସିଇଏସ୍‍) ୨୦୧୯ର ଆୟୋଜନ କରାଯାଇଛି। ଏହି ପଦର୍ଶନୀ ଜାନୁଆରୀ ୦୮ରୁ ଆରମ୍ଭ ହୋଇଛି ଯାହା ୧୨ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଏହି ପଦର୍ଶନୀରେ ବିଶ୍ୱର ଅନେକ ଟେଲିକମ୍‍ କମ୍ପାନୀ ଭାଗ ନେଇଛନ୍ତି। ଏହି ଇଲେକଟ୍ରୋନିକ ସାମଗ୍ରୀର ପଦର୍ଶନୀ  (ସିଇଏସ୍‍)ରେ ଭାରତୀୟ ବଜାରକୁ ଆସିଛି ସାମସଙ୍ଗର ୨୧୯ଇଞ୍ଚର ଟିଭି। ଏହି ଟିଭିର ନାମ ‘ଦ ୱାଲ ୨୦୧୯’ରଖାଯାଇଛି। ସାମସଙ୍ଗର ଏହି ବିଶାଳ କାୟ ଟିଭିରେ ମାଇକ୍ରୋ ଏଲଇଡି ପ୍ୟାନେଲ ଡିସପ୍ଲେ ଦିଆଯାଇଛି। ଏହା ପୂର୍ବରୁ ସାମସଙ୍ଗ ‘ଦ ୱାଲ’ ନାମକ ୧୪୬ଇଞ୍ଚର ଏକ ଟିଭି ଲଞ୍ଚ କରିଥିଲା। ଏହି ଦୁଇଟି ଟିଭିର ଖାସ କଥା ହେଉଛି- ଏଥିରେ ଆମାଜନ ଏଲେକ୍ସାର ସପୋର୍ଟ ମଳିଥାଏ। ଯାହା ସାହାର୍ଯ୍ୟରେ କଥା କହି ଟିଭି ଚଲାଇବା ସହିତ, ଚ୍ୟାନେଲ ମଧ୍ୟ ଚେଞ୍ଜ କରିପାରିବେ। ଏହାସହିତ ଏଥିରେ ସ୍ମାର୍ଟ ସ୍ପିକରର ସପୋର୍ଟ ଦିଆଯାଇଛି।

Leave A Reply