ସମ୍ବଲପୁର ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଦ୍ୱାର ଉଦଘାଟିତ

ସମ୍ବଲପୁର:  ଭାରତୀୟ ରେଳବାଇ ଅଧିନସ୍ଥ ପୂର୍ବତନ ରେଳବାଇର ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ସମ୍ବଲପୁର ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଦ୍ୱାର ବୁଧବାର ଦିନ ଉଦଘାଟିତ ହୋଇଯାଇଛି। ସମ୍ବଲପୁର ରେଳ ମଣ୍ଡଳର ସବୁଠାରୁ ବଡ ତଥା ସର୍ବ ଭାରତୀୟସ୍ତରରେ ‘ଏ’ ଗ୍ରେଡ ମାନ୍ୟତାପ୍ରାପ୍ତ ଏହି ରେଳ ଷ୍ଟେସନରେ ସର୍ବଦା ଯାତ୍ରୀ ଭିଡ ଲାଗି ରହିଥାଏ। ତେବେ ଏହି ଷ୍ଟେସନକୁ ମାତ୍ର ଗୋଟିଏ ପ୍ରବେଶ ଦ୍ୱାର ଥିବାରୁ ଦ୍ୱିତୀୟ ଦ୍ୱାରା ଖୋଲିବା ପାଇଁ ବହୁ ଦିନରୁ ଦାବୀ ହୋଇଆସୁଥିଲା। ଏହି କ୍ରମରେ ଭାରତୀୟ ରେଳବାଇ ତରଫରୁ ୮୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଦ୍ୱିତୀୟ ପ୍ରବେଶ ଦ୍ୱାର ସହିତ ପାଦ ଚଲା ପୋଲର ଉଦଘାଟନ ସମ୍ବଲପୁର ଲୋକସଭା ସାଂସଦ ନିତିଶ ଗଙ୍ଗଦେବ ମୁଖ୍ୟ ଅତିଥି ଭାବରେ କରିଥିଲେ। ମଣ୍ଡଳ ରେଳ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତା, ଜିଲା ପରିଷଦ ଚେୟାରମେନ ରାଧେଶ୍ୟାମ ବାରିକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ବଲପୁର ରେଳ ଷ୍ଟେସନରେ ଦ୍ୱିତୀୟ ପ୍ରବେଶ ଦ୍ୱାର ସହିତ ପାଦଚଲା ପୋଲ କରାଯାଇଥିବାରୁ ଯାତ୍ରୀ ମାନଙ୍କ ସମେତ ସବୁ ମହଲରୁ ଏହାକୁ ସ୍ୱାଗତ କରାଯାଇଛି। ଏହି ଅବସରରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଏଲ ଭିଏସଏସ ପାତ୍ରୃଡୁ ଙ୍କ ସମେତ ବହୁ ରେଳବାଇ ଅଧିକାରୀ ଉପସ୍ଥିତ ରହିଥିଲେ।

Comments are closed.