ଅଗଷ୍ଟ ମାସରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କଲା ସମ୍ବଲପୁର ରେଳ ମଣ୍ଡଳ

0

ସମ୍ବଲପୁର: ଭାରତୀୟ ରେଳବାଇ ପକ୍ଷରୁ ନିଜ ସେବାର ଗୁଣବତ୍ତାକୁ ବଜାୟ ରଖିବା ପାଇଁ ସାରା ଦେଶରେ ଥିବା ସମସ୍ତ ରେଳ ମଣ୍ଡଳର କାର୍ଯ୍ୟକୁ ତଦାରଖ କରିବା ନିମନ୍ତେ ଏକ କେନ୍ଦ୍ରୀୟ ଅନଲାଇନ ବ୍ୟବସ୍ଥା କରାଯାଇଛି। ସାରା ଦେଶରେ ଭାରତୀୟ ରେଳବାଇର ୧୮ଟି ଜୋନ ଅର୍ନ୍ତଗତ ୬୮ଟି ରେଳ ମଣ୍ଡଳ ରହିଛି। ରେଳବାଇ ସମସ୍ତ ମଣ୍ଡଳର ପ୍ରଦର୍ଶନକୁ ନଜରରେ ରଖିବା ପାଇଁ ୫୫ଟି ବର୍ଗରେ ସମସ୍ତଙ୍କର କାର୍ଯ୍ୟକୁ ପ୍ରତି ମାସ ତଦାରଖ କରିଥାଏ। ଏହି ତଦାରଖ ଅନୁଯାୟୀ ପ୍ରତି ମାସ କେଉଁ ମଣ୍ଡଳର ପ୍ରଦର୍ଶନ କେତେ ହୋଇଛି, ତାହାର ଆକଳନ ରେଳବାଇ କରିଥାଏ। ଏହି କ୍ରମରେ ଗତ ଅଗଷ୍ଟ ମାସରେ ସମ୍ବଲପୁର ରେଳ ମଣ୍ଡଳ ସାରା ଦେଶରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବାରୁ ପ୍ରଥମ ସ୍ଥାନ ହାସଲ କରିଛି।
ଏ ସର୍ମ୍ପକରେ ମଣ୍ଡଳ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତା କହିଛନ୍ତି ଯେ, ପୂର୍ବରୁ ସମ୍ବଲପୁର ରେଳ ମଣ୍ଡଳ ବିଭିନ୍ନ ସମୟରେ ଏହି ପ୍ରଦର୍ଶନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର ବହୁ ବାର କରିସାରିଥିବା ବେଳେ ପ୍ରଥମ ଥର ପାଇଁ ମଣ୍ଡଳ ପ୍ରଥମ ସ୍ଥାନ ଅଧିକାର କରିଛି। ସେ ଏଥିପାଇଁ ସମସ୍ତ ଅଧିକାରୀ, କର୍ମଚାରୀ, ରେଳ ଯାତ୍ରୀ ଓ ରେଳବାଇର ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply