ବେଆଇନ ନିଶା କାରବାର ବିରୋଧରେ ଅଭିଯାନ; ଆନ୍ତଃ ଜିଲା ନିଶା ବେପାରୀ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲାରେ ବେଆଇନ ନିଶା କାରବାର ଦିନ କୁ ଦିନ ବଢବାରେି ଲାଗିିଛି। ଏହାକୁ ବନ୍ଦ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏଥିରେ ଅଙ୍କୁଶ ଲଗାଇବା ପାଇଁ ଚେଷ୍ଟା କରୁଛି। ତେବେ ପୁଲିସର କାର୍ଯ୍ୟାନୁଷ୍ଠାନର ବିଶେଷ ପ୍ରଭାବ ଜିଲାରେ ଦେଖିବାକୁ ମିଳୁ ନାହିଁ। ଏଣୁ ପ୍ରାୟ ବହୁଳ ଭାବରେ ବେଆଇନ କଫ ସିରଫ ଓ ନିଶା ବଟିକା ଜବତ ହେବା ସହିତ ଛୋଟ ଛୋଟ ଅପରାଧି ଗିରଫ ହେଉଛନ୍ତି। ଏହି କ୍ରମରେ ଧନୁପାଲୀ ପୁଲିସ ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ଥାନା କ୍ଷେତ୍ର ଅର୍ନ୍ତଗତ କୁମ୍ଭାରପଡା ଅଞ୍ଚଳରେ ଅଚାନକ ରବିବାର ଚଢ଼ାଉ କରିଥିଲା। ଚଢା଼ଉ ସମୟରେ ବେଆଇନ ଭାବରେ ନିଶା ବଟିକା ଓ କଫ ସିରଫ ବିକ୍ରି କରୁଥିବା ସେହି ଅଞ୍ଚଳର ନିବାସୀ ଜଗନ୍ନାଥ ଦାସଙ୍କର ପୁତ୍ର ଦୀପକ ଦାଶ (୨୦)କୁୁ ଧରିବା ସହିତ ତାଠାରୁ ୧୦ ବୋତଲ ଭର୍ତ୍ତି ୱନସିରେକ୍ସ କଫ ସିରଫ, ୨୦୦ଟି ନାଇଟ୍ରାଜେପାମ ନିଶା ବଟିକା ଓ ନଗଦ ୫୩୦ ଟଙ୍କା ଜବତ କରିଥିଲା।
ସୂଚନା ଅନୁଯାୟୀ, ଧନୁପାଲୀ ପୁଲିସ ଥାନାଧିକାରୀ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଝାରସୁଗୁଡା ପୁଲିସର ସହାୟତାରେ ସେଠାରେ ଚଢ଼ଉ କରିଥିଲୋ। ଝାରସୁଗୁଡାର ମଙ୍ଗଳବଜାର ଠାରେ ଚଢ଼ଉ ସମୟରେ ଆନ୍ତଃଜିଲା ବେଆଇନ ନିଶା କାରବାର ସହିତ ଜଡୀତ ହାତଲିପଡାର ମହମ୍ମଦ ଦୋସଙ୍କର ପୁତ୍ର ମହମ୍ମଦ ସେହନାୱଜ (୨୮) ଓ ମିଶ୍ର ଟକିଜ ଗଳି ନିବାସୀ ବିଜୟ କୁମାର ଭଗତ ଙ୍କର ପୁତ୍ର ଅଙ୍କୁଶ ଭଗତ (୨୪) ଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ସେମାନଙ୍କ ଠାରୁ ୧୫୦ଟି ଭର୍ତ୍ତି ୱନସିରେକ୍ସ କଫ ସିରଫ, ୩୫୦ଟି ନାଇଟ୍ରାଜେପାମ ନିଶା ବଟିକା ଓ ୩୬ ଶହ ଟଙ୍କା ଜବତ କରିଥିଲା। ସେମାନଙ୍କୁ ପୁଲିସ ଜେରା ସମୟରେ ସେମାନେ ଏହି ନିଶା କାରବାରରେ ବହୁ ଦିନରୁ ସଂପୃକ୍ତ ଥିବା ବେଳେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଓ ବରଗଡ ଜିଲାରେ ବେଆଇନ ନିଶା କାରବାର ଚଳାଇଥିବାର ସ୍ୱିକାର କରିଥିଲେ। ପୁଲିସ ସେମାନଙ୍କ ଠାରୁ ତିନିଟି ମୋବାଇ ଫୋନ ମଧ୍ୟ ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କ ନିକଟରୁ ସମୁଦାୟ ୧୬୦ଟି ବୋତଲ କଫ୍‍ ସିରଫ, ୫୫୦ଟି ନିଶାବଟିକା, ୪୧୩୦ ଟଙ୍କା ନଗଦ ଓ ତିନିଟି ମୋବାଇଲ ଜବତ କରିଛି। ଏଣୁ ପୁଲିସ ମାମଲା ନଂ ୩୭୯/୨୦୧୯ ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସୋମବାର ଦିନ କୋର୍ଟ ଚାଲାଣ କରିବ ବୋଲି ଧନୁପାଲୀ ଥାନାଧିକାରୀ କମଳ କୁମାର ପଣ୍ଡା କହିଛନ୍ତି।

Comments are closed.