ଜାତୀୟସ୍ତରର କିକ୍ ବକ୍ସିଂରେ ଅଭିକାରଙ୍କୁ ସ୍ୱର୍ଣ୍ଣ ପଦକ

ସମ୍ବଲପୁର: ସମ୍ବଲପୁରର ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର ଅଭିକାର ଆର୍ୟ୍ୟଦେବ ମହାପାତ୍ର ଜାତୀୟସ୍ତରର କିକ୍ ବକ୍ସିଂରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଲାଭ କରି ରାଜ୍ୟକୁ ଗୌରବ ଆଣି ଦେଇଛନ୍ତି। ଜାତୀୟସ୍ତରର କିକ୍ ବକ୍ସିଂ ୱାକୋ ଇଣ୍ଡିଆ ଫେଡେରେସନ କପ ୨୦୧୯ ଗତ ୧୭ ତାରିଖରୁ ୨୦ ତାରିଖ ପର୍ୟ୍ୟନ୍ତ ଉତ୍ତରାଖଣ୍ଡ ରାଜ୍ୟର ରାଜଧାନୀ ଡେରାଡୁନର ମହାରାଣା ପ୍ରତାପ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତାର ୯ ବର୍ଷ ଓ ୩୭ କିଗ୍ରାରୁ କମ ତିନୋଟି ବର୍ଗରେ ଅଭିକାର ଭାଗ ନେଇ ଏହି ସଫଳତା ହାସଲ କରିଛନ୍ତି।

ସମ୍ବଲପୁର ଜିଲା କିକ୍ ବକ୍ସିଂ କୋଚ ନାରାୟଣ ବାରିକଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିବା ଅଭିକାର ପୂର୍ବରୁ ମଧ୍ୟ ବହୁ ଜାତୀୟସ୍ତରର ପ୍ରତିଯୋଗୀତା ମାନଙ୍କରେ ଭାଗ ନେବା ସହିତ ପଦକ ହାସଲ କରି ରାଜ୍ୟକୁ ଗୌରାବନ୍ୱିତ କରିଛନ୍ତି।

Comments are closed.