ଏହି ଉପାୟରେ ଲୁଣିଆ ତରକାରିକୁ କରନ୍ତୁ ସ୍ବାଦିଷ୍ଟ 

0

ଘରଣୀଙ୍କୁ ସବୁ କାମରେ ଧୁରନ୍ଧର ହେବାକୁ ପଡ଼ିଥାଏ, ନଚେତ୍ ସାମାନ୍ୟ କାମରେ ତ୍ରୁଟି ଦେଖାଗଲେ ଆରମ୍ଭ ହୋଇଥାଏ ଅନ୍ୟମାନଙ୍କ ତର୍ଜମା ଓ ଟାହିଟାପରା। ଏଣୁ ସେ ସବୁଥିରୁ ନିଜକୁ ରକ୍ଷା କରିବାକୁ ଚାହୁଁଥିଲେ ସଜାଗ ହୋଇ ଚତୁରତାର ସହ କାମ କରନ୍ତୁ। ଅନେକ ସମୟରେ ସୁଆଦିଆ ତରକାରିରେ ସାମାନ୍ୟ ଲୁଣ ଅଧିକ ହେଲେ, ପରିବାରର ସଦସ୍ୟମାନେ ତୁରନ୍ତ ଅଭିଯୋଗ କରନ୍ତି। ଏଣୁ ବ୍ୟଞ୍ଜନରେ ଲୁଣ ଅଧିକ ହେବା ମାତ୍ରେ ହିଁ ଏହି ଉପାୟ ଆପଣାନ୍ତୁ।

ତରକାରି ଅଧିକ ଲୁଣିଆ ହୋଇଗଲେ ସେଥିରେ କିଛି ଆଳୁ କାଟି ପକାଇ ଦିଅନ୍ତୁ। କିଛି ସମୟ ପରେ ସେହି କଟା ଆଳୁକୁ ବାହାର କରିଦେବେ। ଦେଖିବେ ତରକାରିର ସ୍ବାଦ ଠିକ୍ ହୋଇଯାଇଛି।

ଅନ୍ୟ ଏକ ଉପାୟ ହେଲା ଲୁଣିଆ ତରକାରିରେ ଅଟା ଚକଟି କିଛି ସମୟ ରଖି ପୁଣି ତାହାକୁ ବାହାର କରିବେ। ଏହା ମଧ୍ୟ ତରକାରିର ଲୁଣକୁ ନିୟନ୍ତ୍ରଣ କରିପାରେ।

ଏହା ବାଦ୍ ତରକାରିରେ ଦହି ମିଶାଇଲେ ତାହା ସୁସ୍ବାଦ କରିବା ସହ ଲୁଣିଆ ପ୍ରଭାବକୁ ହ୍ରାସ କରେ।

ନଚେତ୍ ଲେମ୍ବୁ ରସକୁ ମଧ୍ୟ ତରକାରିରେ ମିଶାଇବା ଦ୍ବାରା ତାହା ମଧ୍ୟ ଲୁଣିଆ ସ୍ବାଦକୁ କମ୍ କରିଥାଏ।

 

Leave A Reply