ପାଣିରେ ଲୁଣ ମିଶାଇ ପିଇବାର ଉପକାରିତା

0

ଆମେ ସମସ୍ତେ ଜାଣିଛେ ଅଧିକ ପରିମାଣର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ। କିନ୍ତୁ କ’ଣ ଆପଣ ଜାଣନ୍ତି, ପ୍ରତିଦିନ ପାଣିରେ ଲୁଣ ମିଶାଇ ପିଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ପ୍ରାକୃତିକ ଉପାୟରୁ ପ୍ରସ୍ତୁତ ଲୁଣରେ ଅଧିକ ମାତ୍ରାରେ ଧାତବ ଲବଣ(ମିନେରାଲ୍ସ) ଥାଏ। ତେବେ ଆସନ୍ତୁ ଜାଣିବା ଏହି ଲୁଣକୁ ପାଣିରେ ମିଶାଇ ପିଇବା ଦ୍ୱାରା ଆମ ଶରୀରକୁ କି ଲାଭ ମିଳିଥାଏ।

ଖାଦ୍ୟ ହଜମ କରିବାରେ ସାହାର୍ଯ୍ୟ କରେ
ଲୁଣପାଣି ପିଇବା ପେଟ ପାଇଁ ଅତ୍ୟନ୍ତ ଉପକାରୀ। ପ୍ରତିଦିନ ଏହା ପିଇବାଦ୍ୱାରା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଏହା ପିଇବା ଦ୍ୱାରା ପେଟ ସମ୍ବନ୍ଧିୟ ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

ହାଡ ମଜଭୁତ କରିଥାଏ
ଲୁଣପାଣି ପିଇବା ଦ୍ୱାରା ହାଡ ମଜଭୁତ ହୋଇଥାଏ। ପ୍ରତିଦିନ ଲୁଣପାଣି ପିଇବା ଦ୍ୱାରା ଶରୀରରେ କ୍ୟାଲସିୟମର ପରିମାଣ ବଢିଥାଏ, ଯାହାଦ୍ୱାରା ହାଡ ମଜଭୁତ ହୋଇଥାଏ।

ଶରୀରରୁ ବ୍ୟାକ୍ଟେରିଆ ମାରିଥାଏ
ସାଧାରଣତଃ ଶରୀରରେ ପ୍ରବେଶ କରୁଥିବା ବ୍ୟାକ୍ଟେରିଆ ଶରୀରକୁ ରୋଗାକ୍ରାନ୍ତ କରାଇଥାନ୍ତି। ଲୁଣ ପାଣିରେ ଥିବା ପ୍ରାକୃତିକ ଆଣ୍ଟି-ବ୍ୟାକ୍ଟେରିଆ ସେହି ବ୍ୟାକ୍ଟେରିଆ ମାନଙ୍କୁ ମାରିଦେଇଥାନ୍ତି।

ମୁଁହ ସୁନ୍ଦର ଦିଶେ
ଲୁଣପାଣି ପିଅନ୍ତୁ। ଆପଣଙ୍କ ମୁହଁରେ ଦାଗ କିମ୍ବା ବ୍ରଣ ହୋଇଥିଲେ ଏହା ପିଇବାଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏହା ବ୍ୟତିତ ଏହା ଆପଣଙ୍କ ମୁହଁର ଚମକ ବଢାଇବାରେ ସାହାଯ୍ୟ କରେ।

ଯକୃତ ସୁସ୍ଥ ରହିବ
ଆପଣଙ୍କର ଯକୃତରେ କୌଣସି ପ୍ରକାର ସମସ୍ୟା ଥିଲେ ଲୁଣପାଣି ପିଇବା ଦ୍ୱାରା ଯକୃତ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ। ପ୍ରତିଦିନ ଏହା ପିଇବା ଦ୍ୱାରା ଯକୃତ ଖରାପ ହେବାକୁ ଯାଉଥିଲେ ପୁନର୍ବାର ସେ କାମ କରିବା ଆରମ୍ଭ କରଦିଏ।
ଧ୍ୟାନ ରଖିବେ-ଆବଶ୍ୟକତା ଠାରୁ ଅଧିକ ଲୁଣ ପାଣି ପିଇବାଦ୍ୱାରା ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ।

Leave A Reply