ପେଟରୁ ଚର୍ବି କମାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

0

ଚର୍ବି କମାଇବା ପାଇଁ ଅନେକ କଷ୍ଟ କରିବାକୁ ପଡିଥାଏ। କିନ୍ତୁ କିଛି ସାଧାରଣ ଉପାୟ ଅଛି ଯାହାଦ୍ବାରା ସଙ୍ଗେ ସଙ୍ଗେ ଚର୍ବି କମା ଯାଇପାରିବ। ସକାଳୁ ଉଠି ଗୋଟେ ଗ୍ଲାସ ପାଣିରେ ଲୁଣ ମିଶାଇ ପିଇବା ଦ୍ବାରା ଏହା ଅନେକ ଲାଭଦାୟକ ହୋଇଥାଏ।

ଆସନ୍ତୁ ଜାଣିବା ଲୁଣ ପାଣି ପିଇବା ଦ୍ବାରା କ’ଣ ଲାଭ ହୋଇଥାଏ ..

ଲୁଣ ପାଣିରେ ଖଣିଜର ମାତ୍ରା ଅଧିକ ରହିଛି। ଏହା ଶରୀରରେ ଆଣ୍ଟିବ୍ୟାକ୍ଟେରିଆ ପରି କାର୍ଯ୍ୟ କରିଥାଏ। ଏହା ଶରୀରରେ ଅଦରକାରୀ ବ୍ୟାକ୍ଟେରିଆ ନଷ୍ଟ କରି ଦେଇଥାଏ।

ପ୍ରତିଦିନ ସକାଳେ ଲୁଣ ପାଣି ପିଇବା ଦ୍ବାରା ନିଦ ସମସ୍ୟା ଦୂର ହୋଇଥାଏ। ଏହାଦ୍ବାରା ନିଦ ଭଲ ହୋଇଥାଏ।

କଳା ଲୁଣ ପାଣିରେ ପକାଇ ପିଇବା ଦ୍ବାରା ଶରୀର ସହ ମୁହଁ ପାଇଁ ମଧ୍ୟ ଉପକାରୀ ହୋଇଥାଏ। ଏପରି କରିବା ଦ୍ବାରା ମୁହଁରୁ ବ୍ରଣର ସମସ୍ୟା ଦୂର ହୋଇଥାଏ।

ଲୁଣ ପାଣି ପାଚନ କ୍ରିୟାକୁ ଠିକ ଭାବେ କରିଥାଏ। ଏହାସହ ଶରୀରରେ ଥିବା କୋଷଗୁଡିକ ନିକଟକୁ ପୋଷଣ ପହଞ୍ଚାଇଥାଏ। ଏହାଦ୍ବାରା ମୋଟାପଣ ଦୂର ହୋଇଥାଏ। ଚର୍ବି ଅଂଶ କମ୍ କରିଥାଏ।

 

 

 

Leave A Reply