ଚିମୁଟାଏ ଲୁଣ ବଦଳାଇ ପାରେ ଭାଗ୍ୟ

0

ତନ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ଲୁଣ ବ୍ୟବହାରର ବିଶେଷ ମହତ୍ତ୍ୱ ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣର ଅଦ୍ଭୁତ ଶକ୍ତି ରହିଛି। ଏହା କେବଳ ଆପଣଙ୍କ ଘରକୁ ସକରାତ୍ମକ ଶକ୍ତିରେ ଭରି ଦେଇ ନଥାଏ ବରଂ ଘରକୁ ସୁଖ ଓ ସମୃଦ୍ଧି ମଧ୍ୟ ଆଣିଥାଏ।

କୁଦୃଷ୍ଟି ଦୋଷ ଦୂରେଇବା ପାଇଁ ମଧ୍ୟ ଲୁଣର ବ୍ୟବହାର କରାଯାଇଥାଏ। ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ କାହାର ଖରାପ ଦୃଷ୍ଟି ଲାଗିଯାଇଛି ତେବେ ଚିମୁଟାଏ ଲୁଣ ନେଇ ତାଙ୍କ ମୁଣ୍ଡ ଉପରେ ତିନି ଥର ବୁଲାଇ ବାହାରେ ଫିଙ୍ଗି ଦିଅନ୍ତୁ। ଏପରି କରିବା ଦ୍ୱାରା କୁଦୃଷ୍ଟି ଦୋଷ କଟି ଯାଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ କାଚ ପାତ୍ରରେ ଲୁଣ ଭରି ଶୌଚାଳୟ ଓ ସ୍ନାନାଗାରରେ ରଖିବା ଉଚିତ୍‍। ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଲୁଣ ଓ କାଚ ଦୁଇଟି ଯାକ ରାହୁଙ୍କର ବସ୍ତୁ ଓ ଦୁହେଁ ରାହୁଙ୍କର ନକରାତ୍ମକ ପ୍ରଭାବ ଦୂର କରିବାରେ ସାହାଯ୍ୟ କରିଥାଆନ୍ତି। ରାହୁଙ୍କୁ ନକରାତ୍ମକ ଶକ୍ତି ଓ ଜୀବାଣୁ-କୀଟାଣୁମାନଙ୍କ କାରକ ବୋଲି କୁହାଯାଏ। ଯାହାଦ୍ୱାରା ଘରେ ସୁଖ, ସମୃଦ୍ଧି ଓ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। କାଚପାତ୍ରରେ ଲୁଣ ଭରି ଘରର ଏକ କୋଣରେ ରଖିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ରାହୁ, କେତୁଙ୍କ ଦଶା ଚାଲୁଥିଲେ କିମ୍ବା ମନରେ ଖରାପ ଚିନ୍ତା ବା ଡ଼ର ଆସୁଥିଲେ ଲୁଣର ଏହି ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ। ଲୁଣକୁ ନାଲି ରଙ୍ଗର କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗିବା ଦ୍ୱାରା ଘରେ କୌଣସି ଖରାପ ଶକ୍ତି ପ୍ରବେଶ କରିପାରେ ନାହିଁ। ବ୍ୟବସାୟରେ ଉନ୍ନତି ପାଇଁ ନିଜ ବ୍ୟବସାୟିକ ପ୍ରତିଷ୍ଠାନର ମୁଖ୍ୟ ଦ୍ୱାରରେ ଓ ଭଣ୍ଡାର ଗୃହରେ ଏହାକୁ ଟାଙ୍ଗିବା ଲାଭପ୍ରଦ ହୋଇଥାଏ। ଲୁଣର ଏହିପରି ବ୍ୟବହାର ଦ୍ୱାରା ବ୍ୟବସାୟରେ ଲାଭ ହୋଇଥାଏ ଓ ବ୍ୟକ୍ତି ଧନୀ ହୋଇଥାଏ। ସପ୍ତାହରେ ଗୋଟିଏ ଦିନ ପାଣିରେ ଚିମୁଟାଏ ଲୁଣ ପକାଇ ପିଲାଙ୍କୁ ଗାଧୋଇ ଦେବା ଦ୍ୱାରା କୁଦୃଷ୍ଟି ଦୋଷରୁ ପିଲାମାନେ ରକ୍ଷା ପାଇଥାଆନ୍ତି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମି ଯାଇଥାଏ।

Leave A Reply