ଜାଣନ୍ତୁ, ଶରୀର ପାଇଁ ଲୁଣର ସଠିକ ମାତ୍ରା

0

ଖାଦ୍ୟରେ ଲୁଣ ପକାଇବା ଦ୍ୱାରା ହିଁ ଖାଦ୍ୟ ଖାଇବା ପାଇଁ ଉପଯୋଗୀ ହୋଇଥାଏ।ଲୁଣ ବିନା ଖାଦ୍ୟ ସ୍ୱାଦ ହୀନ। ମାତ୍ର ଏହି ଲୁଣକୁ ସଠିକ ମାତ୍ରରେ ଖାଇବା ନିତ୍ୟାନ୍ତ ଜରୁରୀ ଅଟେ। ନଚେତ ଏହା ଆମ ଶରୀର ପାଇଁ ବହୁ କ୍ଷତିକାରକ ହୋଇଥାଏ।
ଅତ୍ୟଥିକ ଲୁଣ ଖାଇବା ଦ୍ୱାରା ଏହା ବହୁ ରୋଗର କାରଣ ହୋଇଥାଏ।
ଅତ୍ୟଥିକ ମାତ୍ରରେ ଲୁଣ ଖାଇବା ଦ୍ୱାରା ରକ୍ତ ଚାପ ଜନିତ ସମସ୍ୟା ଦେଖାଯାଇଥାଏ।
ଦିନରୁ ରାତି ପର୍ଯ୍ୟନ୍ତ ଶରୀରକୁ ସର୍ବମୋଟ ୧ରୁ ୧/୫ ଚାମଚ ଲୁଣ ଖାଇବା ଯଥେଷ୍ଟ ଅଟେ।
ଅଧିକ ପରିମାଣରେ ଲୁଣ ଖାଇବା ଦ୍ୱାରା ହାଡ଼ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ହୃଦ ରୋଗର ମଧ୍ୟ କାରଣ ହୋଇଥାଏ।
ଲୁଣକୁ ମଧ୍ୟ ସିଧାସଳଖ ଖାଇବା ଉଚିତ ନୁହେଁ, ଅର୍ଥାତ ତରକାରୀ, ଭଜା ଆଦି ପ୍ରସ୍ତୁତ ହେବା ବେଳେ ଲୁଣ ପକାଯାଏ। ଏହାକୁ ଖାଇବା ଦ୍ୱାରା ଅସୁବିଧା ହୋଇନଥାଏ। ମାତ୍ର ବହୁ ଲୋକ ତରକାରୀ, ଭଜା ଆଦି ଏହା ଉପରେ ଲୁଣ ପକାଇ ଖାଇଥାଆନ୍ତି। ଏପରି ଖାଇଲେ ଏହା ସ୍ୱାସ୍ଥ୍ୟ ନିମନ୍ତେ ଖୁବ ହାନି କାରକ ଅଟେ।
ଅତ୍ୟଧିକ ମାତ୍ରାରେ ଲୁଣ ଖାଇଲେ କମ ବୟସରେ ବହୁ ରୋଗ ହୋଇଥାଏ।
ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ କରିଥାଏ।
ହାତ, ଗୋଡ଼ , ମୁଣ୍ଡ ବିନ୍ଧା ଆଦି ସର୍ବଦା ଲାଗି ରହିଥାଏ।

Leave A Reply