ସଲମାନଙ୍କ ବଦାନ୍ୟତା

0

ପ୍ରକୃତରେ ଦବଙ୍ଗ ଖାନ୍ ସଲମାନ୍ ବଦଳି ଯାଇଛନ୍ତି। ଏହା ତାଙ୍କ ସହିତ କାମ କରୁଥିବା ସହକଳାକାରଙ୍କ ଠାରୁ ଆରମ୍ଭ କରି ୟୁନିଟ୍ ସଦସ୍ୟ ସମସ୍ତେ କହୁଛନ୍ତି। ୧୯୯୫ରେ ସଲମାନ୍ ଅଭିନୀତ ‘ବୀରଗତି’ ମୁକ୍ତିଲାଭ କରିଥିଲା। ସେ ସମୟରେ ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା। ଏଥିରେ ସଲମାନଙ୍କ ସହ-କଳାକାର ଭାବେ ପୂଜା ଦଦୱାଲ ଦେଖାଦେଇଥିଲେ। ପରବର୍ତ୍ତୀ ସମୟରେ ଭଲ ସୁଯୋଗ ନ ମିଳିବାରୁ ପୂଜା ସିନେଜଗତଠାରୁ ଦୂରେଇ ଯାଇଥିଲେ। ଏଇ କିଛିଦିନ ତଳର ଘଟଣା। ପୂଜା ଗଣମାଧ୍ୟମକୁ ଅବଗତ କରାଇଥିଲେ ଯେ ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ। ଆର୍ଥିକ ଦୁରବସ୍ଥା କାରଣରୁ ତାଙ୍କର ଉତ୍ତମ ଚିକିତ୍ସା ହୋଇପାରୁନାହିଁ। ବନ୍ଧୁ ସଲମାନଙ୍କୁ ସେ ଅର୍ଥ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି, ହେଲେ ଏଯାଏ କୌଣସି ସୁବିଧା ପାଇପାରିନାହାନ୍ତି। ପ୍ରକୃତରେ ପୂଜାଙ୍କ ଏଭଳି ସମୟରେ ସଲମାନ୍ ଥାଇଲାଣ୍ଡର ଘଞ୍ଚ ଜଙ୍ଗଲରେ ସୁଟିଂ କରୁଥିଲେ। ତେବେ ସଲମାନଙ୍କ ନିକଟରେ ଖବର ପହଞ୍ଚିବା କ୍ଷଣି ତୁରନ୍ତ ସେ ପୂଜାଙ୍କୁ ଯୋଗାଯୋଗ କରି ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବାକୁ ଚେଷ୍ଟା କରିଥିଲେ। ଯେତେବେଳେ ସଲମାନଙ୍କୁ ବିଭିନ୍ନ ମହଲରୁ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରାଗଲା, ତାଙ୍କ ଉତ୍ତର ଥିଲା ସାଙ୍ଗ ପାଇଁ ଏତିକି କରିବାରେ ମୋର ପ୍ରଶଂସା ଦରକାର ନାହିଁ।

Leave A Reply