ରିଜିଜୁ, ଖାଣ୍ଡୁ, ସଲମାନଙ୍କ ସାଇକଲ ଯାତ୍ରା

0

ନୂଆଦିଲ୍ଲୀ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଦୁଃସାହସିକ ପର୍ଯ୍ୟଟନର ପ୍ରଚାର ପାଇଁ ବଲିଉଡ ଅଭିନେତା ସଲମାନ ଖାଁ, କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସାଇକଲ ଯାତ୍ରା କରିଛନ୍ତି। ପାହାଡ଼ିଆ ରାସ୍ତାରେ ସେମାନେ ୧୦କିମି ସାଇକଲ ଚଲାଇଥିବା ଜଣାପଡ଼ିଛି। ରାଜ୍ୟରେ ଆୟୋଜିତ ଷଷ୍ଠ ମେଞ୍ଛୁକା ଉତ୍ସବ ଅବସରରେ ଗୁରୁବାର ଆୟୋଜିତ ସାଇକଲ ଚାଳନା ପ୍ରତିଯୋଗିତାକୁ ଉଦ୍‍ଘାଟନ କରିବା ପୂର୍ବକ ତିନିହେଁ ସାଇକଲ ଚଲାଇଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସଲମାନ ଅରୁଣାଚଳ ପ୍ରଦେଶ ପାଇଁ ‘ପର୍ଯ୍ୟଟନ ଦୂତ’ ଭାବେ କାର୍ଯ୍ୟ କରୁଛନ୍ତି।

Leave A Reply