ଇଉରୋପ ଭ୍ରମଣରେ ସଲମାନ୍ ଓ ତାଙ୍କ ମା’

0

ଦବଙ୍ଗ ଖାନ୍ ଓ ବଲିଉଡର ସୁଲତାନ ଭାବେ ଜଣାଯାଉଥିବା ସଲମାନ୍ ବାପା-ମାଙ୍କର ସୁଯୋଗ୍ୟ ସନ୍ତାନ ଭାବେ ଜଣାଯାନ୍ତି। ଏକ ସାକ୍ଷାତକାରରେ ଯେତେବେଳେ ସଲମାନ୍‌ଙ୍କୁ ବାପା-ମା’ଙ୍କ ପ୍ରତି ଏତେ ଆନୁଗତ୍ୟର କାରଣ ପଚରା ଯାଇଥିଲା। ସାନ ୨ ଭାଇ ଓ ୨ ଭଉଣୀ ନିଜନିଜ ଘରସଂସାରକୁ ନେଇ ବ୍ୟସ୍ତ ଓ ସେ ମଧ୍ୟ ନିଜ ପରିବାରରେ ବ୍ୟସ୍ତ। ସଲମାନ୍‌ଙ୍କ ପରିବାର ବୋଇଲେ ବାପା-ମା’। ଯେ କୌଣସି ଦେଶକୁ ସୁଟିଂ କାମ କିମ୍ବା ଅନ୍ୟ କାମରେ ଯାଇଥାନ୍ତୁ ନା କାହିଁକି, ସଲମାନ୍ ମା’ଙ୍କ ସହ ନିୟମିତ ଭାବେ କଥାବାର୍ତ୍ତା ହୁଅନ୍ତି। ନିକଟରେ ନିଜ ଆଗାମୀ ଚଳଚ୍ଚିତ୍ରର ସୁଟିଂ ଅବସରରେ ଇଉରୋପର ମାଲଟା ଗସ୍ତରେ ଅଛନ୍ତି ସଲମାନ୍। ସାଥିରେ ମା’ ସଲମା ଖାନ୍‌ଙ୍କୁ ମଧ୍ୟ ନେଇଯାଇଛନ୍ତି। ଇନଷ୍ଟାଗ୍ରାମ୍ ପୋଷ୍ଟରେ ମା’ଙ୍କ ସହ ଇଉରୋପର ବିଭିନ୍ନ ସ୍ଥାନ ଭ୍ରମଣ କରୁଥିବାବେଳେ ମା’ଙ୍କୁ ‘ଲଭ୍ ଅଫ୍ ଲାଇଫ୍’ ଭାବେ ଉଲ୍ଲେଖ କରିଛନ୍ତି।

Leave A Reply